Spread the love

ଭୂବନେଶ୍ୱର, ୨୫/୦୨ : ଓଡ଼ିଶା ପୋଲିସରେ ଏସଆଇ ଏବଂ ଅନ୍ୟ ପଦରେ ନିଯୁକ୍ତି ପାଇଁ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ମାର୍ଚ୍ଚ ୮ ଏବଂ ମାର୍ଚ୍ଚ ୯, ୨୦୨୫ରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ଓଏମ୍ଆର୍ ଆଧାରିତ ଲିଖିତ ପରୀକ୍ଷା ହେବ । ଏ ନେଇ ଓଡ଼ିଶା ପୋଲିସ ରିକ୍ୟୁରିମେଣ୍ଟ୍ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏଥିପାଇଁ ଆଶାୟୀ ପରୀକ୍ଷାର୍ଥୀମାନେ ଅନଲାଇନରେ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ମାର୍ଚ୍ଚ ୧ ତାରିଖଠାରୁ ରାଜ୍ୟ ପୋଲିସର ୱେବ୍ ସାଇଟ୍ (https://odishapolice.gov.in) ରୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରି ପାରିବେ ।କେତେକ ଜରୁରୀ ନିୟମ…ଏହା ସହିତ ପରୀକ୍ଷାର୍ଥୀଙ୍କ ପାଇଁ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରାଯାଇଛି । ପରୀକ୍ଷା ହଲରେ ଶାନ୍ତି ବଜାୟ ରଖିବା ସହିତ ସାଥିରେ ଆଡମିଟ୍ କାର୍ଡ, ଅସଲି ପରିଚୟ ପତ୍ର ଏବଂ ପରିଚୟ ପତ୍ରର ଏକ ଫଟୋ କପି ଆଣିବାକୁ ବାଧ୍ୟ । ଯଦି ପରିଚୟ ପତ୍ର ସାଥିରେ ନ ଆଣିବେ ତେବେ ସେମାନଙ୍କୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ ।ସେହିପରି ପରୀକ୍ଷା ପାଇଁ ସାଥିରେ ବ୍ଲ୍ୟୁ ଏବଂ ବ୍ଲାକ୍ ( ନୀଳ ଏବଂ କଳା) ରଙ୍ଗର ପେନ୍ ଆଣିବେ । କେବଳ ଏହି ଦୁଇଟି ରଙ୍ଗର ବଲ୍ ପଏଣ୍ଟ ପେନ ବ୍ୟବହାର କରିହେବ । ଷ୍ଟେସନ ଅଫିସର (ଅଗ୍ନିଶମ) ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନଙ୍କ ବ୍ୟତୀତ ଅନ୍ୟ ପ୍ରାର୍ଥୀମାନେ ପେପର-୨ ପରୀକ୍ଷା ସମାପ୍ତ ହେବା ପରେ ପ୍ରବେଶପତ୍ର ଏବଂ ଫଟୋ ପରିଚୟପତ୍ରର କପି ନିରୀକ୍ଷକଙ୍କୁ ପ୍ରଦାନ କରିବେ ।ଷ୍ଟେସନ ଅଫିସର (ଅଗ୍ନିଶମ) ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନେ ୦୯.୦୩.୨୦୨୫ ରେ ପ୍ରବେଶପତ୍ରର କପି ପ୍ରଦାନ କରିବେ। ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍, ବୈଦ୍ୟୁତିକ ଉପକରଣ, କାଲକୁଲେଟର୍, ଡିଜିଟାଲ୍ ହାତ ଘଣ୍ଟା, ଖାତା ବହି ଆଦି ନେଇ ପାରିବେ ନାହିଁ । ପରୀକ୍ଷାର ୩୦ ମିନିଟ୍ ପୂର୍ବରୁ କେନ୍ଦ୍ର ଭିତରକୁ ପ୍ରବେଶ କରିବେ । ପରୀକ୍ଷା ସମୟ ଶେଷ ନ ହେବା ଯାଏଁ କୌଣସି ପରୀକ୍ଷାର୍ଥୀଙ୍କୁ ବାହାରକୁ ଯିବା ପାଇଁ ଅନୁମତି ମିଳିବ ନାହିଁ ।ଓଡ଼ିଶା ପୋଲିସରେ ୯୩୩ ସବ୍ ଇନସ୍ପେକ୍ଟର୍ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୬୦୯ ସବ୍ ଇନସ୍ପେକ୍ଟର୍, ୨୫୩ ସବ୍ ଇନସ୍ପେକ୍ଟର୍ (ଆର୍ମଡ), ୪୭ ଷ୍ଟେସନ ଅଫିସର (ଫାୟାର ସର୍ଭିସ) ଓ ୨୪ ଆସିଷ୍ଟାଣ୍ଟ ଜେଲର ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *