Spread the love

( ଓଡ଼ିଶା ମାନବାଧିକାର ପରିଷଦ ପକ୍ଷରୁ ବିଶ୍ଵ ମହିଳା ଦିବସ ପାଳନ) ଜଗତସିଂହପୁରତା =9/3/25ବିଶ୍ୱ ମହିଳା ଦିବସ ଉପଲକ୍ଷେ ରାଜ୍ୟ ମାନବ ଅଧିକାର ପରିଷଦ ତରଫରୁ କଟକ ର ମହାନଦୀ ବିହାରସ୍ଥିତ କାର୍ଯ୍ୟଳୟ ଠାରେ ପାଳନ ହୋଇଯାଇଅଛି। ଅନୁଷ୍ଠିତ ହେଉଥିବା ଆଜିର ଏହି ସ୍ବତନ୍ତ୍ର ଦିବସ ରେ ମୁଖ୍ୟ ଅତିଥି ରୁପେ ଲିଙ୍କ ହସ୍ପିଟାଲ ର ମୁଖ୍ୟ ପ୍ରତିଷ୍ଠାତା ଡକ୍ଟର ଅଲୋକ କୁମାର ସାହୁ, ସମ୍ମାନନୀୟ ଅତିଥି ଭାବେ FPRA ଟ୍ରଷ୍ଟ ଓ ଆକ୍ସିଡେଣ୍ଟାଲ୍ ହେଲଥ ୟୁନିଟର ମୁଖ୍ୟ ପ୍ରତିଷ୍ଠାତା ଡକ୍ଟର ବିକାଶ ମହାପାତ୍ର , ରଙ୍କନିଶି ସାମଲ ପ୍ରତିଷ୍ଠାତା ଜୟ ଜଗନ୍ନାଥ୍ ଆକ୍ସିଡେଣ୍ଟାଲ୍ ହେଲଥ ୟୁନିଟ୍, ଭାଗିରଥୀ ସାହୁ ସଭାପତି ବସୁଧୈବ କୁଟୁମ୍ୱକମ୍, ଯୋଗ ଦେବା ସହ ରାଜ୍ୟ ପରିଷଦର ପ୍ରତିଷ୍ଠାତା ତଥା ସଭପତି ରାଜେନ୍ଦ୍ର ମଲ୍ଲିକ, ରାଜ୍ୟ ସଂପାଦକ ଦେବାଶିଷ ଦାସମହାପାତ୍ର, ରାଜ୍ୟ ମହିଳା ସଭାପତି ପୁଷ୍ପାଞ୍ଜଳି ସିଂହ, ରାଜ୍ୟ ମହିଳା ସଂପାଦକ ଲିଲିମା ରଥ ,ରାଜ୍ୟ ସଂଯୋଜକ ନାରାୟଣ ଦାସ ଙ୍କ ସମେତ କଟକ ଜିଲ୍ଲା ବୋର୍ଡ ର ସଭାପତି ଦୀପ୍ତି କାନୁନଗୋ, ଜିଲ୍ଲା ବୋର୍ଡ ସଂପାଦକ ଆଶିଷଜ୍ୟୋତି ଦାସ୍, ଜିଲ୍ଲା ସଂଯୋଜକ ଅନିନ୍ଦିତା ମହାନ୍ତି ଙ୍କ ଜିଲ୍ଲା ବୋର୍ଡ ର ସମସ୍ତ ସଦସ୍ୟ ସଦସ୍ୟା କାର୍ଯକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ । ଆଜିର ଆଲୋଚନା ଚକ୍ରର ମୁଖ୍ୟ ପ୍ରସଙ୍ଗ ବିକଶିତ ବିଶ୍ୱରେ ନାରୀର ଭୂମିକା, କର୍ତ୍ତବ୍ୟ ଓ ଅଧିକାର ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।ରାଜ୍ୟରୁ ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ସମ୍ମାନସ୍ପଦ ମହିଳାମାନଙ୍କୁ ମଞ୍ଚରେ ସମ୍ଭର୍ଦ୍ଧିତ କରାଯାଇଥିଲା। ମଞ୍ଚ ପରିଚାଳନା ରେ ଶ୍ରୀମତୀ ଲେଲିନପ୍ରଭା ଦାସ ସହଯୋଗ କରିଥଲେ।ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *