Spread the love

ଓଡ଼ିଶା ହିନ୍ଦୀ ଶିକ୍ଷକ ସଂଘ ଢେଙ୍କାନାଳ ଶାଖା ପକ୍ଷରୁ ହିନ୍ଦୀ ଦିବସ -୨୦୨୩ ପାଳିତ

ଢେଙ୍କାନାଳ: ତା.୨୯.୦୯.୨୦୨୩ ରିଖ: ( )ଆଜି ସ୍ଥାନୀୟ ଗୋପବନ୍ଧୁ ଟାଉନ୍ ହଲ୍ ଢେଙ୍କାନାଳ ପରିସରରେ ଆଜାଦୀର ଅମୃତ ମହୋତ୍ସବ ପାଳନ ବର୍ଷ ଅବସରରେ ଓଡ଼ିଶା ହିନ୍ଦୀ ଶିକ୍ଷକ ସଂଘ ଢେଙ୍କାନାଳ ଶାଖା ପକ୍ଷରୁ ହିନ୍ଦୀ ଦିବସ -୨୦୨୩ ମହାସମାରୋହରେ ପାଳିତ ହୋଇଯାଇଛି।ଏହି ଅବସରରେ ବରିଷ୍ଠ ହିନ୍ଦୀ ଶିକ୍ଷକ ଅଖିଳ ପୃଷ୍ଟିଙ୍କ ସଭାପତିତ୍ବରେ ଓ ହିନ୍ଦୀ ଶିକ୍ଷକ ସତ୍ୟବ୍ରତ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବର ପ୍ରାରମ୍ଭରେ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ବିନୀତା ସେନାପତିଙ୍କ ଦ୍ଵାରା ପ୍ରେରିତ ସ୍ଵୀୟ ବାର୍ତ୍ତାରେ ଭାରତରେ ହିନ୍ଦୀ ରାଷ୍ଟ୍ରଭାଷାର ଆବଶ୍ୟକତା ଓ ଅଧ୍ୟୟନର ସୁଦୂରପ୍ରସାରୀ ପ୍ରଭାବ ରହିଥିବାରୁ ସମସ୍ତେ ଏହି ଭାଷାକୁ ଶିଖିବା ଦରକାର ବୋଲି ଲେଖିଥିଲେ ଯାହାକୁ ସଭାରେ ପାଠ କରାଯାଇଥିଲା । ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସସ୍ମିତା ସାହୁ ସ୍ଵୀୟ ହିନ୍ଦୀ ଭାଷାରେ ନିଜର ଅଭିଭାଷଣରେ ହିନ୍ଦୀ ଶିକ୍ଷା ପ୍ରତି ଅଧିକ ଆଗ୍ରହର ଅଭିବୃଦ୍ଧି ପାଇଁ ଦୃଢ଼ ଆହ୍ଵାନ ଜଣାଇଥିଲେ।ମୁଖ୍ୟବକ୍ତା ଭାବରେ ଡ଼ଃ .ଅଜିତ କୁମାର ମହାପାତ୍ର ପୂର୍ବତନ ଅଧ୍ୟକ୍ଷ,ହିନ୍ଦୀ ପ୍ରଶିକ୍ଷଣ ସଂସ୍ଥାନ , କଟକ ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ ରାଷ୍ଟ୍ରଭାଷା ହିନ୍ଦୀ ଦିବସ ପାଳନର ତାତ୍ପର୍ଯ୍ୟ ଓ ଭାରତରେ ଏହାର ପରିବ୍ୟାପ୍ତତା ହିଁ ହିନ୍ଦୀ ଭାଷାକୁ ଲୋକପ୍ରିୟ କରି ଏହାକୁ ଆନ୍ତର୍ଜାତୀୟ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇ ପାରିଛି ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ସମ୍ମାନିତ ବକ୍ତା ଭାବରେ ଡ଼ଃ ଅମୂଲ୍ୟ ରତ୍ନ ମହାନ୍ତି, ହିନ୍ଦୀ ବିଭାଗ ଅଧ୍ୟକ୍ଷ ଡି.କେ.ଏନ୍ କଲେଜ୍,ଏରଞ୍ଚ ,କଟକ ଯୋଗଦାନ କରି ଢେଙ୍କାନାଳ ମାଟିର ସମର କବି ବ୍ରଜନାଥ ବଡ଼ଜେନା ହିନ୍ଦୀ ଭାଷାରେ ଉନ୍ନତ ସାହିତ୍ୟ ସୃଷ୍ଟି କରି ସ୍ୱ ପ୍ରତିଭାର ପରିଚୟ ପ୍ରଦାନ କରିଛନ୍ତି ବୋଲି ପ୍ରକାଶ କରିଥିଲେ। ଓଡ଼ିଶାରେ ଉଚ୍ଚ ବିଦ୍ୟାଳୟ ସ୍ତରରେ ହିନ୍ଦୀ ଶିକ୍ଷୟିତ୍ରୀ ଶିକ୍ଷକ ମାନଙ୍କର ଉପଯୁକ୍ତ ନିର୍ଦ୍ଧାରିତ ଯୋଗ୍ୟତା ଥାଇ ମଧ୍ୟ ସେମାନଙ୍କୁ ପ୍ରଧାନ ଶିକ୍ଷକ ପଦବୀ ପାଇଁ କ୍ୟାଡ଼ରରେ ଅନ୍ତର୍ଭୁକ୍ତ କରିବାରେ ସରକାର ଅହେତୁକ ବିଳମ୍ବ ଓ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଉଦବେଗ ପ୍ରକାଶ କରିଥିଲେ। ୨୦୨୩ ହାଇସ୍କୁଲ୍ ସାର୍ଟିଫିକେଟ ହିନ୍ଦୀ ପରୀକ୍ଷାରେ ଶତକଡା ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ନମ୍ୱର୍ ରଖିଥିବା ଜିଲ୍ଲାର ୫୪ ଜଣ ଛାତ୍ରୀ ଛାତ୍ରଙ୍କୁ ମଞ୍ଚାସୀନ ଅତିଥି ବୃନ୍ଦ ପର୍ଯ୍ୟାୟ କ୍ରମେ ପ୍ରଶଂସା ପତ୍ର ଓ ମେମେଣ୍ଟୋ ପ୍ରଦାନ କରିଥିଲେ। ସେହିପରି ଚଳିତ ବର୍ଷ ସେବାନିବୃତ ହୋଇଥିବା ହିନ୍ଦୀ ଶିକ୍ଷକ ପ୍ରମୋଦ କୁମାର ମହାନ୍ତି, ଅନ୍ନଦା ପ୍ରସାଦ ନନ୍ଦ, ମାୟାଧର ସାହୁ, ପ୍ରହଲ୍ଲାଦ ସାହୁ, ଶ୍ରୀକାନ୍ତ କୁମାର ଦାଶ ପ୍ରମୁଖଙ୍କୁ ମଞ୍ଚାସୀନ ଅତିଥି ବୃନ୍ଦ ପର୍ଯ୍ୟାୟ କ୍ରମେ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ସଭା ପ୍ରାରମ୍ଭରେ ଅତିଥି ବୃନ୍ଦ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ, ପୁଷ୍ପ, ଧୂପ, ଦୀପ ନୈବେଦ୍ୟ ଅର୍ପଣ କରିଥିଲେ ଓ ହିନ୍ଦୀ ଶିକ୍ଷକ ଦୀଲ୍ଲିପ କୁମାର ରାଜ ମଙ୍ଗଳା ଚରଣ ଗାନ କରିଥିଲେ। ହିନ୍ଦୀ ଶିକ୍ଷୟିତ୍ରୀ ମାନେ ସମବେତ ହିନ୍ଦୀ ସ୍ବାଗତ ସଙ୍ଗୀତ ଗାନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟର ବରିଷ୍ଠ ହିନ୍ଦୀ ଶିକ୍ଷକ କିଶୋର ଚନ୍ଦ୍ର ସାମଲ, ଭୁବନେଶ୍ୱର ରାଉତ୍ , କାଦମ୍ବିନୀ ପ୍ରଧାନ,ଉତ୍ତମ କୁମାର ସାମନ୍ତ, ସୁରଜିତା ମିଶ୍ର, ରଶ୍ମିତା ରଥ,ସୁରେଶ କୁମାର ସାହୁ, ଅଚ୍ୟୁତାନନ୍ଦ ସାହୁ, ଅନସୂୟା ଜେନା, ନବ କିଶୋର ବେହେରା, ମିନତୀ ମିଶ୍ର, ରେଣୁବାଳା ବେହେରା, ମୋନାଲିସା ପ୍ରଧାନ ,ଅଭୟ ସାହୁ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ।ସଭା ପରେ ପରେ ହିନ୍ଦୀ ଭାଷାରେ ଦେଶାତ୍ମବୋଧକ କବିତା ପାଠ, ଦେଶାତ୍ମବୋଧକ ସଙ୍ଗୀତ ଓ ନୃତ୍ୟ ମାଧ୍ୟମରେ ସୁନ୍ଦର ବର୍ଣ୍ଣାଢ଼୍ୟ ସାଂସ୍କୃତିକ ବିଚିତ୍ରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ହିନ୍ଦୀ ଶିକ୍ଷକ ସତ୍ୟବ୍ରତ ପଣ୍ଡା ଅତିଥି ପରିଚୟ ପ୍ରଦାନ, ସଂଘର ବାର୍ଷିକ ବିବରଣୀ ପାଠ ଓ ସଭା ସଂଯୋଜନା କରିଥିଲେ।
ପରିଶେଷରେ ହିନ୍ଦୀ ଶିକ୍ଷୟିତ୍ରୀ ନିଲୁଫର୍ ଜୁବିନ ଆଜାଦୀର ଅମୃତ ମହୋତ୍ସବ ପାଳନ ବର୍ଷ ଉପଲକ୍ଷେ ହିନ୍ଦୀ ଦିବସ -୨୦୨୩ ପାଳନ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଡା. ଦେବୀ ପ୍ରସାଦ ମିଶ୍ର,
କୋଷାଧ୍ୟକ୍ଷ, ନିଖିଳ ଓଡିଶା ରାଜ୍ୟ ସରକାରୀ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘ,ଢେଙ୍କାନାଳ ଶାଖା,
ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ ତଥା
ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ ଅଫିସର,
ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ।
ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ରାଜ୍ୟ ପୁରସ୍କାର ପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ସଂଯୋଜକ,
ଦୂରଭାଷ : ୯୪୩୭୧୦୬୫୬୯,୯୪୩୮୬୬୫୧୬୯
ଇ-ମେଲ : dklbbhs@gmail.com
debisirscience@gmail.com

Leave a Reply

Your email address will not be published. Required fields are marked *