Spread the love

ଓଡିଶା ଭିଜନ ୨୦୩୬ ଓ ୨୦୪୭– ବିକଶିତ ଓଡ଼ିଶା ପାଇଁ ବିକଶିତ ଢେଙ୍କାନାଳ ପରାମର୍ଶ କର୍ମଶାଳା ଅନୁଷ୍ଠିତ

ଢ଼େଙ୍କାନାଳ, ତା. ୧୮.୦୬. ୨୦୨୫- ବିକଶିତ ଓଡ଼ିଶା ପାଇଁ ଭିଜନ ୨୦୩୬ ଓ ୨୦୪୭ କୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମ ପ୍ରସ୍ତୁତି ନିମନ୍ତେ ଆଜି ଅପରାହ୍ନରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। କର୍ମଶାଳାରେ କାମାକ୍ଷାନଗରର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଶତୃଘ୍ନ ଜେନା, ପରଜଙ୍ଗର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବିଭୂତି ଭୂଷଣ ପ୍ରଧାନ, ହିନ୍ଦୋଳର ମାନ୍ୟବର ବିଧାୟିକା ଶ୍ରୀମତୀ ସୀମାରାଣୀ ନାୟକ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲାରେ ଜଳ ସଂପଦ, ଆବଶ୍ୟକ ଜମି, ବିଦ୍ୟୁତ୍ ଶକ୍ତି ଯୋଗାଣ, ଯୋଗାଯୋଗ ଓ ପରିବହନର ସୁବିଧା ସୁଯୋଗ ଥିବାରୁ ଶିଳ୍ପାୟନ, ପର୍ଯ୍ୟଟନ ଓ କୃଷି ଉଦ୍ୟୋଗ କ୍ଷେତ୍ରରେ ଢେଙ୍କାନାଳ ଜିଲ୍ଲା ଶ୍ରେଷ୍ଠ ଜିଲ୍ଲା ଭାବେ ପରିଚିତ ହେବ ବୋଲି ଆଶାବ୍ୟକ୍ତ କରିଥିଲେ । ଆଗାମୀ ୫ ବର୍ଷ ମଧ୍ୟରେ ଆମ ଜିଲ୍ଲା ଏକ ଶ୍ରେଷ୍ଠ ଜିଲ୍ଲାରେ ପରିଣତ ହୋଇପାରିବ ବୋଲି ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ ପ୍ରକାଶ କରିଛନ୍ତି। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନରେ ଢେଙ୍କାନାଳ ଜିଲ୍ଲା ପ୍ରମୂଖ ଭୂମିକା ଗ୍ରହଣ କରିବ। ଶିଳ୍ପାୟନ, ସୌର ପ୍ରକଳ୍ପ ପ୍ରତିଷ୍ଠା, ପର୍ଯ୍ୟଟନ ଓ କୃଷି ଉଦ୍ୟୋଗ ଆଦିର ବିକାଶ ସହିତ ଆଦ୍ୟ ସନାତନ ଧର୍ମର ପ୍ରଚାର ପ୍ରସାର ଘଟିବ ବୋଲି ସେ କହିଥିଲେ। ପ୍ରାରମ୍ଭରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦିପ୍ତି ରଂଜନ ସେଠୀ ବିଭିନ୍ନ ବିଭାଗରେ ହେଉଥିବା ବିଭିନ୍ନ ପ୍ରମୂଖ କାର୍ଯ୍ୟକ୍ରମ ଓ ଯୋଜନା ସଂପର୍କରେ ସୂଚ଼ନା ପ୍ରଦାନ କରିଥିଲେ । ଏହି କର୍ମଶାଳାରେ ସହରର ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା, ବୁଦ୍ଧିଜୀବୀ, ସ୍ଵେଚ୍ଛାସେବୀ, ଶିଳ୍ପ ଅନୁଷ୍ଠାନ ଓ ବାଣିଜ୍ୟ ପ୍ରତିଷ୍ଠାନର କର୍ମକର୍ତ୍ତା, ଶିକ୍ଷାବିତ୍, ଗଣମାଧ୍ୟମର ପ୍ରତିନିଧିମାନେ, ସମସ୍ତ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇ ଜିଲ୍ଲାର ସାମଗ୍ରିକ ବିକାଶ ସଂପର୍କରେ ପ୍ରସ୍ତାବ ରଖି ମତାମତ ପ୍ରଦାନ କରିଥିଲେ । ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *