Spread the love

( ଓଡିଶା ମୋଟର ଚାଳକ ସଂଘ ଜଗତସିଂହପୁର ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍।)
ଜଗତସିଂହପୁର
ତା =14/6/23

ଡ଼୍ରାଇଭର ଭାଇଙ୍କର ଦୁରହେଲା ଚିନ୍ତା।କଥା ଦେଇ ନବୀନ ରଖିଲେ କଥା।ଓଡ଼ିଶା ମୋଟର ଚାଳକ ସଂଘ ପକ୍ଷରୁ ୬ ଦଫା ଦାବି ନେଇ ଦୀର୍ଘଦିନ ଧରି ଆନ୍ଦୋଳନ,ବିକ୍ଷୋଭ ସହିତ ଷ୍ଟରିଙ୍ଗ ଛାଡ ଆନ୍ଦୋଳନ କରାଯାଇଥିଲା।ସରକାରଙ୍କ ସହିତ ଆଲୋଚନା ପରେ ଡ୍ରାଇଭର ମାନେ ଆନ୍ଦୋଳନ ରୁ ଓହରି ଯାଇଥିଲେ।ଡ୍ରାଇଭର ମାନଙ୍କ ଦାବି ଉପରେ ତର୍ଜମା କରିବା ପରେ ସରକାର ଆଂଶିକ ଭାବରେ ଡ୍ରାଇଭର ମାନଙ୍କ ଦାବି ପୂରଣ କରିଥିବାରୁ ଡ୍ରାଇଭର ମାନେ ବେଶ୍ ଖୁସି ବ୍ୟକ୍ତ କରିବା ସହିତ ମୁଖ୍ୟମନ୍ତ୍ରୀ,ବିଭାଗୀୟ ମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି।ଜଗତସିଂହପୁର ବସଷ୍ଟାଣ୍ଡ ନିକଟରେ ଆୟୋଜିତ ଧନ୍ୟ ବାଦ୍ ସଭାରେ ଜିଲ୍ଲା ସଂଘ ସଭାପତି ଅରୁଣ କୁମାର ମହାନ୍ତି,ଉପଦେଷ୍ଠା ପିନାକୀ ମହାନ୍ତି,ଦୀପକ ମହାନ୍ତି,ସୂର୍ଯ୍ୟନାରାୟଣ ମହାନ୍ତିଙ୍କୁ ସଂଘ ପକ୍ଷରୁ ଉତ୍ତରୀୟ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *