Spread the love

ଓଡିଶା ଲେଗାଲ ମେଟାରେଲୋଜି ରିପେଆରସ ଆସୋସିଏସନର ଜେନେରାଲ ବଡ଼ି ମିଟିଂ ଅନୁଷ୍ଠିତ

ଆଜି ଭାରତୀୟ ବିଦ୍ୟା ଭବନ ସମ୍ମିଳନୀ କକ୍ଷରେ ଓଡିଶା ଲେଗାଲ ମେଟାରେଲୋଜି ରିପେଏୟାର୍ସ ଆସୋସିଏସନର ତୃତୀୟ ବାର୍ଷିକୀ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି. ଏହି ବୈଠକରେ ଓଡିଶା ମାପ ଓ ଓଜନ ନିର୍ଦେଶାଳୟର ଉପ ନିର୍ଦେଶକ କୈଳାଶ ଚନ୍ଦ୍ର ମହାରଣା ମୁଖ୍ୟ ଅତିଥିଭାବେ ଯୋଗଦେଇ ସମାଜରେ ବସ ବାସ କରୁଥିବା ପ୍ରତ୍ୟେକ ନାଗରିକ ବା ଖାଉଟି ମାନଙ୍କ ପାଇଁ ଏହି ବିଭାଗର କାର୍ଯ୍ୟ ଅତ୍ୟନ୍ତ ସୁରକ୍ଷିତ ଓ ସମ୍ମାନର ସହିତ ସଠିକ ପରିଚାଳନା କରିଚାଲିଛି. ଆଜିର ବଜାରରେ ଖାଉଟି ମାନଙ୍କୁ ସବୁ ଦ୍ରବ୍ୟର ମାପ ଓ ଓଜନରେ ଯେଭଳି ଭାବେ ଠକାମୀର ଶିକାର ନ ହୁଅନ୍ତି ଓ ବ୍ୟବସାୟୀ ବନ୍ଧୁମାନେ ଯେପରି ଖାଉଟି ମାନଙ୍କ ସରଳତାର ସୁଯୋଗ ନେଇ କିଛି ଭୁଲ ନ କରନ୍ତି ସେଥି ପ୍ରତି ଉଚିତ ଧ୍ୟାନ ଦେଇ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ଏହି ବିଭାଗ କରି ଆସୁଥିବା ବେଳେ ମାପ ଓ ଓଜନ ସମ୍ବନ୍ଧୀୟ ସବୁ ଅତ୍ୟାବଶ୍ୟକୀୟ ଯନ୍ତ୍ରପାତିର ରିନୋବେଶନ ଓ ରିପେରିଙ୍ଗ ଦାଇତ୍ୱକୁ ଆପଣ ମାନେ ନିଷ୍ଠାର ସହ ପ୍ରତିପାଦନ କରିଆସୁଥିବାରୁ ସମସ୍ତଙ୍କୁ କୃତଙଜ୍ଞତା ଜଣାଇଥଲେ. ଆସୋସିଏସନର ସଦସ୍ୟ ସଂଖ୍ୟା ରାଜ୍ୟରେ ପ୍ରାୟ ଦୁଇଶହ ଓ ଆମ ସଂଗଠନର ଆଜି ତୃତୀୟ ସାଧାରଣ ପରିଷଦ ବୈଠକ, ଆମ ସହକର୍ମୀ ମାନଙ୍କ ମଧ୍ୟରେ କାର୍ଯ୍ୟ ଦକ୍ଷତା ବଢାଇବା, ମନବଳ ବୃଦ୍ଧି କରିବା ପାଇଁ ପ୍ରତିବର୍ଷ ଏହିଭଳି ବୈଠକ ବସେ, ରାଜ୍ୟରେ ଓଜନ ଓ ମାପ କାମକୁ ସୁଚାରୁ ରୂପେ ସମ୍ପାଦନ ପାଇଁ ଆଲୋଚନା କରିବା ଏବଂ ଆସୋସିଏସନ କାର୍ଯ୍ୟକ୍ରମ ଠିକ ଅଛି କି ନାହିଁ ଆଲୋଚନା କରିବାକୁ ଏହି ବୈଠକର ଆବଶ୍ୟକତା ପଡିଲା ବୋଲି କହିଛନ୍ତି ଆସୋସିଏସନ ସାଧାରଣ ସମ୍ପାଦକ ନୀଳ ମଣି ପଣ୍ଡା. ଓଜନ ଓ ମାପ ପରିଚାଳନା ପାଇଁ ଲେଗାଲ ମେଟାରୋଲୋଜି ବିଭାଗ ସୁନା ଗହଣା ଦୋକାନ, ପେଟ୍ରୋଲ ପମ୍ପ, ସବୁଦିନିଆ ହାଟରେ ଚାଲୁଥିବା ବିଭିନ୍ନ ଦୋକାନ, ସିମେଣ୍ଟ ଓ ରଡ଼ ଦୋକାନ ଭଳି ବହୁ ଦୋକାନ ମାନଙ୍କରେ ଚାଲୁଥିବା ବ୍ୟବସାୟ ସମୟରେ ମାପ ଓ ଓଜନ ପାଇଁ ବ୍ୟବହୃତ ଯନ୍ତ୍ରପାତିର ରିପେରିଙ୍ଗ କରିବା ସଠିକ ପରିଚାଳନା କରିବା ଆମ ଭାଇ ମାନଙ୍କ ଦ୍ୱାରା ସମ୍ଭବ ହୋଇ ପାରୁଥିବାରୁ ଆସୋସିଏସନ ତରଫରୁ ମୁଁ ଗର୍ବିତ ଓ ଆଜି ସାଧାରଣ ପରିଷଦ ବୈଠକରେ ସବୁ ଆଲୋଚନା ହେବାସହ ଆମର ସରକାରଙ୍କ ପାଖରେ କୌଣସି ଦାବି ନାହିଁ ବୋଲି କହିଛନ୍ତି ଆସୋସିଏସନର ରାଜ୍ୟ ସଭାପତି ସୁଧୀର କୁମାର ଦାସ. ଆମ ସଂଘରେ ଯାହାର ଯେତେବେଳେ ଅସୁବିଧା ହୁଏ, ଆର୍ଥିକ ସୁବିଧା ଦିଆଯାଏ, ଦୁରାରୋଗ୍ୟର ଚିକିତ୍ସା ପାଇଁ ସାହାଯ୍ୟ କରାଯାଇଥାଏ ବୋଲି କହିଛନ୍ତି ସଭାପତି ଶ୍ରୀ ଦାସ. ଅନ୍ୟ ମାନଙ୍କ ମଧ୍ୟରେ ଆସୋସିଏସନର ଉପଦେଷ୍ଟା ସଂଗ୍ରାମ କେଶରୀ ମହାନ୍ତି ଧନ୍ୟବାଦ ଦେଇଥିଲେ.
ଭୁବନେଶ୍ୱର ରୁ ପ୍ରଭାକର ବିଶ୍ୱାଳଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *