Spread the love

କଂଗ୍ରେସର ମିଶ୍ରଣ ପର୍ବ :ଅନୁଗୋଳ 

ଜେ ବି ଏନ, ୦୬/୦୨ /୨୦୨୧, (ରିପୋର୍ଟ, ବ୍ୟୁରୋ), ଅନୁଗୋଳ : ଆଜି ଅନୁଗୋଳ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନାଙ୍କ ନେତୃତ୍ବରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଅନୁଗୁଳ ବ୍ଲକ ଅନ୍ତର୍ଗତ ଛେଳିଆପଡ଼ା ପଞ୍ଚାୟତର ପରମା ନନ୍ଦ ସାହୁ, ଛବି ସାହୁ, ବରୁଣ ସାହୁ, ଭଗବାନ ସାହୁ, ଦିଲୀପ ସ୍ବାଇଁ, କ୍ଷୀରୋଦ ସାହୁ, ସୁନିଲ ସ୍ବାଇଁ ପ୍ରମୁଖ ବିଜେପି ଓ ବିଜେଡ଼ି ଦଳ ଛାଡ଼ି କଂଗ୍ରେର ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିପ୍ଲବ ଜେନାଙ୍କ ନେତୃତ୍ବକୁ ଆସ୍ଥା ପ୍ରକଟ କରି କଂଗ୍ରେସରେ ଯୋଗ ଦେଇଛନ୍ତି। ଏତ ସହିତ ଆଗାମି ଦିନରେ ଛେଳିଆପଡ଼ା ପଞ୍ଚାୟତରେ ଶତାଧିକ ବିଜେପି ଓ ବିଜେଡ଼ି ଦଳର ମହିଳା କର୍ମୀମାନେ କଂଗ୍ରେସରେ ଯୋଗଦାନ କରିବାର କାର୍ଯ୍ୟକ୍ରମ ଅଛି। ଏହି ମିଶ୍ରଣ ପର୍ବରେ ଜିଲ୍ଲା କଂଗ୍ରେସ ଓବିସି ସେଲର ସଭାପତି ଜିତେନ୍ଦ୍ର ସାହୁ, ସନ୍ତୋଷ ପଟ୍ଟନାୟକ, ଅମୂଲ୍ୟ ବେହେରା, ବଲବିର ସିଂ, ବନୋଦ ମାଝୀ, ଲିଟୁ ରଞ୍ଜନ ଥାପା,ପ୍ରଦ୍ୟୁମ୍ନ ସାହୁ, ବାପୁଜି ପ୍ରଧାନ, ଶିବାନୀ ଗୌଡ଼, ଆଲୋକ ଦାଶ, ସୌମ୍ୟ ରଞ୍ଜନ ସାହୁୁ ପ୍ରମୁଖ ଉପସ୍ଥିତ ଥିଲେ, ଏବଂ ଆଗାମୀ ଦିନରେ ଜିଲ୍ଲାର ପ୍ରତ୍ୟେକ ବ୍ଲକ ଓ ପଞ୍ଚାୟତରେ ଏହିଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଜିଲ୍ଲା ସଭାପତି ଶ୍ରୀ ଜେନା କହିଛନ୍ତି।