Spread the love

କଟକରେ ୫ ଓ ୬ରେ ବସିବ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ

୪୦୦ରୁ ଅଧିକ କାର୍ଯ୍ୟକର୍ତ୍ତା ହେବେ ସାମିଲ, ଯୋଗଦେବେ ସୁନୀଲ ବଂଶଲ

କଟକ: ଆସନ୍ତା ୫ ଓ ୬ ତାରିଖରେ କଟକରେ ବସିବ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ। କଟକ ଇନ୍‌ଡୋର ଷ୍ଟାଡିୟମରେ ଦୁଇଦିନ ଧରି ଏହି ବୈଠକ ଅନୁଷ୍ଠିତ ହେବ।

ରାଜ୍ୟ କାର୍ଯ୍ୟକାରିଣୀରେ ୪୦୦ରୁ ଅଧିକ କାର୍ଯ୍ୟକର୍ତ୍ତା ଯୋଗଦେବେ। ଏଥିରେ ବିଜେପିର ଜାତୀୟ ସାଧାରଣ ସମ୍ପାଦକ ସୁନୀଲ ବଂଶଲ ମଧ୍ୟ ଯୋଗଦେବେ ବୋଲି ସୂଚନା ମିଳିଛି।

ବୈଠକରେ ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ, ସମସ୍ତ ମନ୍ତ୍ରୀ ଏବଂ ବିଜେପି ବିଧାୟକମାନେ ଉପସ୍ଥିତ ରହିବେ। ରାଜ୍ୟର ସାଂଗଠନିକ ଓ ରାଜନୈତିକ ପ୍ରସଙ୍ଗ ସହ ବିଭିନ୍ନ ବିଷୟ ଉପରେ ବୈଠକରେ ଆଲୋଚନା ହେବ।

ବୈଠକରେ ମୋଟ ୩ଟି ପ୍ରସ୍ତାବ ଆଗତ ହେବ ବୋଲି ରାଜ୍ୟ ବିଜେପି ଉପସଭାପତି ସୂଚନା ଦେଇଛନ୍ତି। ଦୁଇଦିନିଆ ବୈଠକକୁ ନେଇ ଦଳୀୟ ସ୍ତରରେ ପ୍ରସ୍ତୁତି ଜୋରଦାର ହୋଇଛି।

Leave a Reply

Your email address will not be published. Required fields are marked *