Spread the love

୧୪ ବରିଷ୍ଠ OAS ଅଧିକାରୀଙ୍କୁ IAS କ୍ୟାଡରକୁ ପଦୋନ୍ନତି

୨୦୨୫ ବର୍ଷ ପାଇଁ ଓଡ଼ିଶା କ୍ୟାଡରରେ ନିଯୁକ୍ତି, କେନ୍ଦ୍ରର ବିଜ୍ଞପ୍ତି

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ପ୍ରଶାସନିକ ସେବା (OAS)ର ବରିଷ୍ଠ ଅଧିକାରୀଙ୍କ ପାଇଁ ଆସିଛି ବଡ଼ ଖବର। ରାଜ୍ୟର ୧୪ ଜଣ ବରିଷ୍ଠ OAS ଅଧିକାରୀଙ୍କୁ ଭାରତୀୟ ପ୍ରଶାସନିକ ସେବା (IAS)କୁ ପଦୋନ୍ନତି ଦିଆଯାଇଛି। ଏନେଇ ଭାରତ ସରକାରଙ୍କ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଜ୍ଞପ୍ତି ଅନୁସାରେ, ଭାରତୀୟ ପ୍ରଶାସନିକ ସେବା (ପରୀକ୍ଷା କାଳ) ନିୟମାବଳୀ, ୧୯୫୪ର ନିୟମ ୩ ଅନୁଯାୟୀ ଏହି ପଦୋନ୍ନତି ଦିଆଯାଇଛି। ପଦୋନ୍ନତି ପାଇଥିବା ଅଧିକାରୀମାନେ IAS (କ୍ୟାଡର) ନିୟମାବଳୀ, ୧୯୫୪ର ନିୟମ ୫(୧) ଅନୁଯାୟୀ ୨୦୨୫ ବର୍ଷ ପାଇଁ ‘ଓଡ଼ିଶା କ୍ୟାଡର’ରେ ନିଯୁକ୍ତ ହେବେ।

ପଦୋନ୍ନତି ପାଇଥିବା ଅଧିକାରୀଙ୍କ ତାଲିକାରେ—

୧. ସୁମିତା ସରକାର
୨. ବଳମକୁନ୍ଦ ଭୂୟାଁ
୩. ସୌଦାମିନୀ ସେଠୀ
୪. ମଧୁମିତା ନାୟକ
୫. ଜ୍ୟୋତିର୍ମୟୀ ପ୍ରଧାନ
୬. ବବିତା ମହାନ୍ତି
୭. ଅନୁଜ କୁମାର ଦାସ ପଟ୍ଟନାୟକ
୮. ଜ୍ୟୋତିରଞ୍ଜନ ମିଶ୍ର
୯. ସୁରେନ୍ଦ୍ର କୁମାର ପଣ୍ଡା
୧୦. ଶୁଭ୍ରା ମହାନ୍ତି
୧୧. ସଂଘମିତ୍ରା ଶତପଥୀ
୧୨. ହିମାଂଶୁ ଶେଖର ବେହେରା

୧୩.ମଧୁମିତା ନାୟକ

୧୪.ସୂର୍ଯ୍ୟନାରାୟଣ ଦାଶ

ଏହି ପଦୋନ୍ନତି ପରେ ସମ୍ପୃକ୍ତ ଅଧିକାରୀମାନେ ଓଡ଼ିଶା କ୍ୟାଡରର IAS ଅଧିକାରୀ ଭାବେ ପ୍ରଶାସନିକ ଦାୟିତ୍ୱ ତୁଲାଇବେ।

Leave a Reply

Your email address will not be published. Required fields are marked *