Spread the love

କଳାହାଣ୍ଡି ଜିଲ୍ଲା ମିଳିତ ସାମ୍ବାଦିକ ସଂଘର ବନ୍ଧୁ ମିଳନ


ଭବାନୀପାଟଣା,ତା ୨୬। ୦୧। ୨୬
ସମ୍ମିଳିତ ହୁଅ ସଂଗଠିତ ହୋଇ ଜିଲ୍ଲାର ସ୍ୱାର୍ଥ ପାଇଁ ନିଜର କଲମ ଚାଲୁ ରଖ ପ୍ରତେକଟି ବାଧା ବିଘ୍ନ ପାଇଁ ଆମ ସଂଘ ଆପଣମାନଙ୍କ ସାଥିରେ ରହିଛି ଆଗକୁ ମଧ୍ୟ ରହିବ। ଦୁର୍ନୀତି, ଭ୍ରଷ୍ଟାଚାର ଲୋକ ଲୋଚନ ଆଣିବା ପାଇଁ କୁଣ୍ଠାବୋଧ ନହୋଇ ସତ୍ୟକୁ ସାମ୍ନା କରିବା ପାଇଁ ଆଜିର ବନ୍ଧୁମିଳନ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ସମସ୍ତ ସାମ୍ବାଦିକ ବନ୍ଧୁ ମାନଙ୍କୁ କଳାହାଣ୍ଡି ଜିଲ୍ଲା ମିଳିତ ସାମ୍ବାଦିକ ସଂଘର ସଭାପତି ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ନାରାୟଣ ପ୍ରସାଦ ନାୟକ ଆହ୍ୱାନ ଦେଇଥିଲେ। ଭବାନୀପାଟଣା ନିକଟସ୍ଥ ମା ତାରିଣୀକ ପୀଠ ସ୍ଥଳୀରେ ଆୟୋଜିତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସଂଘର ସଭାପତି ଶ୍ରୀଯୁକ୍ତ ନାୟକଙ୍କ ପୌରହୀତରେ ଜିଲ୍ଲାର ବିଭିନ୍ନ ବ୍ଲକରୁପ୍ରାୟ ତିରିଶ ଜଣରୁ ଉର୍ଦ୍ଧ ସାମ୍ବାଦିକ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରେ ସଂଘର ସମ୍ପାଦକ ସାରଦା ପ୍ରସାଦ ମହାନ୍ତି,କୋଷାଧକ୍ଷ ବିରଞ୍ଚି ନାରାୟଣ ଯୋଶୀ, ଆବାହକ ସିମାଞ୍ଚକ ତ୍ରିପାଠୀ, ସହସମ୍ପାଦକ ରଜନୀ କାନ୍ତ ମୁନି, କାର୍ଯ୍ୟକାରୀ ସଭାପତି ସଂଗ୍ରାମ ପାତ୍ର, ଉପସଭାପତି ମଧୁସୂଦନ ମହାପାତ୍ର, ବରିଷ୍ଠ ସଦଶ୍ୟ ପୂର୍ଣ୍ଣ ପଟ୍ଟନାୟକ,ବିମଲ ଶତପଥି, ଧବଳେଶ୍ୱର ରଣା, ଅଞ୍ଜନ କୁମାର ନାୟକ, ରୋହିତ କୁମାର ନାଏକ, ଖଗେଶ୍ୱର କୁମାର, କାର୍ତ୍ତିକେଶ୍ୱର ନନ୍ଦ, ହେମନ୍ତ ଚହ୍ୱାନ, ଜୟକୃଷ୍ଣ ବେହେରା, ପଟବନ୍ତ ସିଂଘ, ରାଜେନ୍ଦ୍ର ମିଶ୍ର ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରି ନିଜନିଜର ମତ ଉପସ୍ଥାପନା କରିଥିଲେ।

Leave a Reply

Your email address will not be published. Required fields are marked *