Spread the love

କଳାହୀରାର ସହରରେ ମା’ ଦୁର୍ଗତ ନାସିନୀଙ୍କ ପୂଜା ସମାପ୍ତ
ତାଳଚେର, ୨୧/୧୦ କଳାହୀରାର ସହର ତାଳଚେରରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଶାରଦୀୟ ଦୁର୍ଗା ପୂଜା ଧୂମଧାମ୍‌ରେ ପାଳିତ ହୋଇଥିଲା । ମା ଦଶଭୂଜାଙ୍କ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁମାନଙ୍କ ମନରେ ଜାଗି ଉଠିଛି ଅସୁମାରୀ ଭକ୍ତି ଓ ଶ୍ରଦ୍ଧା । ମା’ ଦଶଭୂଜାଙ୍କ ସପ୍ତମୀ ପୂଜା ଅବସରରେ ସୂର୍ଯ୍ୟପୂଜା, ମହାସପ୍ତମୀ ପୂଜା, ସନ୍ଧ୍ୟା ଆଳତୀ ଆଦି ପାରମ୍ପରିକ ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହୋଇଥିଲା । ଶ୍ରଦ୍ଧାଳୁମାନଙ୍କ ଭିଡ଼ରେ ପୂଜାମଣ୍ଡପଗୁଡିକରେ ମୁଖରିତ ହୋଇଉଠୁଛି । ମାଆ ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମାଗୁଡିକ ସହ ମହାଦେବ, ଗଣେଶ, କାର୍ତିକେୟ ଆଦି ବିଭିନ୍ନ ପାର୍ଶ୍ୱ ଦେବତାମାନଙ୍କର ମୃଣ୍ମୟ ମୂର୍ତିଗୁଡ଼ିକ ଶୋଭାପାଉଛି । ତାଳଚେରରେ ଥିବା ଏମସିଏଲ୍‌ର ସମସ୍ତ କୋଇଲା ଖଣିଗୁଡ଼ିକ ପକ୍ଷରୁ ସ୍ୱତନ୍ତ୍ର ମେଢ଼ କରାଯାଇ ମା’ ଦଶଭୂଜାଙ୍କ ପୂଜାର୍ଚ୍ଚନା କରାଯାଉଛି । ଚଳିତ ବର୍ଷ ଏଗାରଟି ପୂଜା ମଣ୍ଡପରେ ଯଥା-ଏମ୍‌ସିଏଲ୍ ବଳରାମ, ହିଙ୍ଗୁଳା, ଭରତପୁର, ଜଗନ୍ନାଥ, ଅନନ୍ତ, ଲିଙ୍ଗରାଜ, ନନ୍ଦିରା, ତାଳଚେର କଲିୟରୀ, ସାଉଥବଲଣ୍ଡା, ଡେରା, ଦେଉଳବଡ଼ା ଆଦି କୋଇଲା ଖଣି ପକ୍ଷରୁ ମହାଆଡ଼ମ୍ବରରେ ମାଆଙ୍କର ପୂଜା କରାଯାଉଛି । ଢୋଲ,ମହୁରୀ ଆଦି ପାରମ୍ପରିକ ବାଦ୍ୟ ସହ ପାରମ୍ପରିକ ବିଧିବିଧାନ ସହ ମାଆଙ୍କ ପୂଜା କରାଯାଉଛି । ପ୍ରତ୍ୟେକ ପୂଜା କମିଟି ଭିନ୍ନ ଭିନ୍ନ ଶୈଳୀରେ ସୁଉଚ୍ଚ ତୋରଣ ନିର୍ମାଣ ସହ ଆକର୍ଷଣୀୟ ଏଲ୍‌ଇଡ଼ି ଗେଟ ଶ୍ରଦ୍ଧାଳୁମାନଙ୍କୁ ଆକର୍ଷିତ କରୁଥିବାର ଦେଖାଯାଇଛି । ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ପାଇଁ ମଣ୍ଡପର ଚତୁଃପାଶ୍ୱର୍ରେ ସିସିଟିଭି କ୍ୟାମେରା ଲଗାଯାଇଛି । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପୋଲିସ ଓ ସୁରକ୍ଷାକର୍ମୀମାନଙ୍କୁ ନିୟୋଜନ କରାଯାଇଛି । କେତେକ ମଣ୍ଡପ ନିକଟରେ ମୀନାବଜାର ପଡ଼ିଥିବା ବେଳେ ଅନ୍ୟ କେତେକ ମଣ୍ଡପ ପାଖରେ ବହୁ ଉଠା ଦୋକାନୀ ବିଭିନ୍ନ ଖେଳନା, ଘରସଜ୍ଜା ଉପକରଣ ଠାରୁ ଆରମ୍ଭ କରି ଫାଷ୍ଟଫୁଡ଼, ଚାର୍ଟ, ଗୁପ୍‌ଚୁପ୍ ପ୍ରଭୃତି ଖାଦ୍ୟ ବିକ୍ରି କରୁଥିବାର ଦେଖାଯାଉଛି । ତାହା ସହିତ ମୀନାବଜାର, ଦୋଳି ଇତ୍ୟାଦିର ଭରପୁର ମଜା ଦର୍ଶକମାନେ ଉଠାଉଛନ୍ତି । ବିଜୟାଦଶମୀ ଦିନ ସାଉଥବଲଣ୍ଡାସ୍ଥିତ ରାବଣପୋଡ଼ି ଅନୁଷ୍ଠାନ ପକ୍ଷରୁ ରାବଣ ପୋଡ଼ି ଉତ୍ସବ ପାଳନ କରାଯିବାର କାର୍ଯ୍ୟକ୍ରମ ଅଛି । ଏହାସହିତ ବିଭିନ୍ନ ପୂଜାକମିଟି ପକ୍ଷରୁ ବିଭିନ୍ନ ଯାତ୍ରା ପାର୍ଟି, ଭଜନ ସନ୍ଧ୍ୟା, ମଲୋଡ଼ି ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଦର୍ଶକମାନେ ଉପଭୋଗ କରିବା ସହିତ ଆଜି ଦୁର୍ଗତ ନାସିନୀଙ୍କ ପୂଜା ସମାପ୍ତ ହୋଇଯାଇଛି

Leave a Reply

Your email address will not be published. Required fields are marked *