Spread the love

ବୈତରଣୀ ନଦୀରେ ସାଙ୍ଗମାନଙ୍କ ସହ ଗାଧୋଇବା ବେଳେ ନଦୀରେ ବୁଡି ଯୁବକନିଖୋଜ ।

କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତରେ ସାଙ୍ଗ ମାନଙ୍କ ସହିତ ଗାଧୋଇବାକୁ ଯାଇ ନଦୀରେ ବୁଡ଼ି ଯୁବକ ନିଖୋଜ। କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ଗୁରୁବେଡା ସ୍ଥିତ ବୈତରଣୀ ନଦୀରେ ସାଙ୍ଗ ମାନଙ୍କ ସହିତ ଗାଧୋଇବା ବେଳେ ଗୋଡ଼ ଖସି ଯିବାରୁ ନଦୀରେ ବୁଡି ଜଣେ ବ୍ୟକ୍ତି ନିଖୋଜ ହୋଇଥିବା ନେଇ ସୂଚନା। ନିଖୋଜ ଯୁବକ ହେଲେ ଜୁରୁଡି ସ୍ଥିତ ପେଣ୍ଠେଇ ବସ୍ତିର ସନାତନ ପେଣ୍ଠେଇ , ସୂଚନା ଅନୁଯାୟୀ ଦିନ ପ୍ରାୟ ୨ ଟା ବେଳେ ଜୁରୁଡି ପେଣ୍ଠେଇ ବସ୍ତିର ୬ଜଣ ଯୁବକ ଗୁରୁବେଡା ସ୍ଥିତ ବୈତରଣୀ ନଦୀର ପଯ୍ୟଟନ ସ୍ଥଳୀକୁ ଯାଇ ଥିଲେ । ସେଠାରେ ସମସ୍ତେ ଗାଧୋଇବା ସମୟରେ ସନାତନଙ୍କ ଗୋଡ ଖସି ଯିବାରୁ କିଛି ଦୂର ପର୍ଯ୍ୟନ୍ତ ସେ ଭାସିଯାଇ ଥିଲେ । ଏହି ସମୟରେ ସେ ତାଙ୍କୁ ଉଦ୍ଧାର କରିବା ପାଇଁ ସାଙ୍ଗ ମାନଙ୍କ ବହୁଚେଷ୍ଟା ପରେ ମଧ୍ୟ ତାଙ୍କୁ ଉଦ୍ଧାର କରିବାରେ ବିଫଳ ହୋଇଥିଲେ ଓ ସେ ବୁଡି ଯାଇ ନିଖୋଜ ହୋଇଯାଇ ଥିବା ପ୍ରତ୍ୟକ୍ଷଦର୍ଶୀ ମାନେ ପ୍ରକାଶ କରିଛନ୍ତି । ଏନେଇ ବାମେବାରୀ ପୋଲିସକୁ ଖବର ଦେବାପରେ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳ ରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ବହୁ ଖୋଜାଖୋଜି ପରେ ମଧ୍ୟ ସଂଧ୍ୟା ପ୍ରାୟ ୫ ଘଟିକା ପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିନଥିବା ନେଇ ସୂଚନା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *