ସ୍ୱପ୍ନର ଭାସ୍ୱତୀ ଶ୍ୱେତପଦ୍ମା”ର ଶାରଦୀୟ ବିଶେଷାଙ୍କ ଲୋକାର୍ପିତ
ତାଳଚେର, ୨୧/୧୦ ତାଳଚେର ସାଉଥବଲଣ୍ଡାସ୍ଥିତ ଦୁର୍ଗାମନ୍ଦିର ପରିସରରେ ସାହିତ୍ୟ ପତ୍ରିକା ସ୍ୱପ୍ନର ଭାସ୍ୱତୀ ଶ୍ୱେତପଦ୍ମାର ଶାରଦୀୟ ବିଶେଷାଙ୍କ ଲୋକାର୍ପିତ ହୋଇଯାଇଛି । ପବିତ୍ର ମହାଷ୍ମମୀ ପାଳନ ଅବସରରେ ପତ୍ରିକାଟିକୁ ମା ଦୁର୍ଗାଙ୍କ ନିକଟରେ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ଶତପଥୀ ପୂଜାର୍ଚ୍ଚନା କରିଥିଲେ । ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଶ୍ରମିକ ନେତା ସୌଭାଗ୍ୟ ଚନ୍ଦ୍ର ପ୍ରଧାନ ଓ ସମ୍ମାନୀତ ଅତିଥି ଭାବରେ ପତ୍ରିକାର ଉପଦେଷ୍ଟା ଶିକ୍ଷାବିତ୍ ଡ.ପ୍ରଶାନ୍ତ କୁମାର ରଥ ଯୋଗ ଦେଇଥିଲେ । କବି ତ୍ରିନାଥ ସାହୁ, ଗବେଷକ ତ୍ରେତାନନ୍ଦ ସାମନ୍ତ, ତାଳଚେର ବିଷୁବ ମିଳନ କମିଟିର ସଭାପତି ଜିତେନ୍ଦ୍ର କୁମାର ମହାପାତ୍ର, କବି ପତିତପାବନ ପ୍ରଧାନ, ମୁକୁନ୍ଦ ସାମଲ, ଦୁର୍ଗାମନ୍ଦିରର ସଂପାଦକ କେଶବ ମିଶ୍ର ଓ ପୂଜକ ବିରଞ୍ଚି ନାରାୟଣ ଦାଶଙ୍କ ସହିତ ଅନେକ ଶୁଭେଚ୍ଛୁ ଯୋଗ ଦେଇ ପତ୍ରିକାଟିକୁ ଲୋକାର୍ପଣ କରିଥିଲେ । ସାହିତ୍ୟ ପତ୍ରିକା ସ୍ୱପ୍ନର ଭାସ୍ୱତୀ ଶ୍ୱେତପଦ୍ମାର ଶାରଦୀୟ ବିଶେଷାଙ୍କଟି ଆକର୍ଷଣୀୟ ପ୍ରଚ୍ଛଦ, ସୁନ୍ଦର ପରିପାଟୀ ତଥା ଓଡ଼ିଶାର ବହୁ ଲବ୍ଧପ୍ରତିଷ୍ଠିତ ସାହିତ୍ୟିକ ଓ କବିମାନଙ୍କ ସୃଜନୀରେ ସମୃଦ୍ଧ ହୋଇଥିବାରୁ ଏହା ସାହିତ୍ୟପ୍ରେମୀ ଜନସାଧାରଣଙ୍କ ଦ୍ୱାରା ଆଦୃତ ଲାଭ କରିବ ବୋଲି ସଂପାଦିକା ଅନୀତା ପାଣି ଆଶାପୋଷଣ କରିଛନ୍ତି ।
