Spread the love

କାର୍ଯ୍ୟରତ ବିଦ୍ୟୁତ କର୍ମଚାରୀଙ୍କୁ ଆକ୍ରମଣ କୁ ନେଇ ସଂଘ ପକ୍ଷରୁ ଶାନ୍ତି ପ୍ରତିବାଦ

ପୋଲିସ ର ନିଷ୍କ୍ରିୟତା ମନୋଭାବ ନେଇ ବିଦ୍ୟୁତ ଡିଭିଜନ ରେ କର୍ମଚାରୀ ଅସନ୍ତୋଷ |

ଚାଇଁପାଳ ବିଦ୍ୟୁତ ଡିଭିଜନ ଦ୍ବାରା ଆୟୋଜିତ ମେଗା ବିଦ୍ୟୁତ ଚୋରି ରୋକିବା ଅଭିଯାନ ରେ ସାମିଲ ବିଦ୍ୟୁତ କର୍ମଚାରୀ ଙ୍କୁ ଗୋବରା ଗ୍ରାମର ଶିଖପାଳ ସାହି ରେ ଉପଭୋକ୍ତା ଙ୍କ ଦ୍ବାରା ମାଡ଼ ମରା ଘଟଣା ରେ ଅଭିଯୁକ୍ତ ଙ୍କୁ ଗିରଫ ପ୍ରତିବାଦରେ ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘ ତରଫରୁ ଆଜିଠାରୁ ଚାଇଁପାଳ ବିଦ୍ୟୁତ ଡିଭିଜନ ରେ କାର୍ଯ୍ୟରତ ସମସ୍ତ ଶ୍ରମିକ କର୍ମଚାରୀଙ୍କ ଶାନ୍ତିପୂର୍ଣ ପ୍ରତିବାଦ ଆରମ୍ଭ କରିଛନ୍ତି। ସଂଘ ପକ୍ଷରୁ ସୂଚନା ମୁତାବକ ଗତ ୨୦ ମେ ଶନିବାର ଦିନ ଚେକିଂ ସ୍କୁୟାଡ ପକ୍ଷରୁ ଚୋରା ବିଦ୍ୟୁତ ଉପଭୋକ୍ତାଙ୍କୁ ଯାଞ୍ଚ ପାଇଁ ଯାଇଥିବାବେଳେ ଶୁକଦେବ ପ୍ରଧାନ ଙ୍କ ପୁଅ ବାବୁଲା ପ୍ରଧାନ ଆସି ମାରଣାତ୍ମକ ଆକ୍ରମଣ କରି ଗୁରୁତ୍ତର କରିବାର ସହ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ । ଅଭିଯୁକ୍ତ ମାନଙ୍କୁ ଗିରଫ କରା ନ ଯାଏ ତେବେ ଆଗାମୀ ଦିନରେ ଯଦି ଚାଇଁପାଳ ବିଦ୍ୟୁତ ଡିଭିଜନ ରେ ବିଦ୍ୟୁତ ସରବରାହ ରେ ବ୍ୟାଘାତ ଘଟେ ତେବେ ଉଭୟ ପୋଲିସ ପ୍ରଶାସନ ଓ TPCODL Management ମୁଖ୍ୟ ଅଧିକାରୀ ଦାଇରହିବେ କହିଛନ୍ତି।

Leave a Reply

Your email address will not be published. Required fields are marked *