କାଲି ଓଡ଼ିଶା ଆସିବେ ରାଜନାଥ ସିଂହ, ସୁନାବେଡ଼ା HAL ୟୁନିଟ୍ର କରିବେ ସମୀକ୍ଷା
ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏହି ଗସ୍ତ ସମୟରେ ସେ କୋରାପୁଟ ଜିଲ୍ଲାର ସୁନାବେଡ଼ାସ୍ଥିତ (HAL) ଉତ୍ପାଦନ ୟୁନିଟ୍ ପରିଦର୍ଶନ କରିବେ।
ସୁନାବେଡ଼ା HAL ୟୁନିଟ୍ରେ ଚାଲିଥିବା ବିଭିନ୍ନ କାର୍ଯ୍ୟ ଓ ଉତ୍ପାଦନ ସମ୍ପର୍କିତ ପ୍ରସଙ୍ଗର ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ। ଏଥିସହ ପ୍ରତିରକ୍ଷା କ୍ଷେତ୍ର ସହ ଜଡ଼ିତ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।
ରାଜନାଥ ସିଂହଙ୍କ ଓଡ଼ିଶା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଉପସ୍ଥିତ ରହିବେ। ପ୍ରତିରକ୍ଷା ଉତ୍ପାଦନ ଓ HALର କାର୍ଯ୍ୟକଳାପକୁ ନେଇ ଏହି ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ମନାଯାଉଛି।

