Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

କାହ୍ନl ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

ଜେ ବି ଏନ, ବ୍ରହ୍ମପୁର ( ଟୁକୁନା ପ୍ରଧାନ, ୧୧.୦୪.୨୦୨୧)-: ବ୍ରହ୍ମପୁର ସେବା ସଂଗଠନ କାହ୍ନl ଚାରିଟେବୁଲ ଟ୍ରଷ୍ଟପକ୍ଷରୁ କମାପଲ୍ଲୀ ଛକ ଠାରେ କରୋନା ମହାମାରୀ ,ଡାକ୍ତର ଓ ଯମରାଜ ଙ୍କ ଅଭିନୟ କରି ଟ୍ରଷ୍ଟ ର ସଦସ୍ୟ ମାନେ ଏକ ଭିନ୍ନ ନାଟକୀଅ ଦୃଶ୍ୟରେ ଲୋକ ମାନଙ୍କୁ କରୋନା ସଚେତନତା ବାର୍ତା ଦେଇଛନ୍ତି । ସାମାଜିକ ଦୁରତା, ସାନିଟାଇଜର ଓ ମାସ୍କ ପରିଧାନକୁ ବାଧ୍ୟତାମୂଳକ ଭାବେ ଆପଣେଇବାକୁ ଅନୁରୋଧ କରିବା ସହ ମାସ୍କ ବଣ୍ଟନ କରିଛନ୍ତି।ଏହି ସଚେତନତା କାର୍ଯ୍ୟକ୍ରମରେ ଟ୍ରଷ୍ଟ ପ୍ରତିଷ୍ଠାତା ଶ୍ରୀମତୀ ରଞ୍ଜନା ମିଶ୍ର ଙ୍କ ପୌରହିତ୍ୟ ରେ ବିଜୟ କୃଷ୍ଣ ମହାନ୍ତି, ସ୍ବର୍ଣ୍ଣଲତା ସାହୁ,ଆମ୍ବୁଜା ସାହୁ,ସୁଜାତା ମହାପାତ୍ର,ଟି ବିଜୟ ରାଓ,ସୌମ୍ୟ କାନ୍ତ ମହାପାତ୍ର, ଦୟା ରାମ ଯାନୀ, ଅନିତା ସାହୁ ,ମୃତ୍ୟୁଞ୍ଜୟ ମହାନ୍ତି, ପି କୋମଳି,ବଂଶୀଧର ଦାସ,ରୋନାଲି ପାଣିଗ୍ରାହୀ, ସନ୍ତୋଷ ପାଣିଗ୍ରାହୀ, ସନ୍ତୋସିନୀ ସାବତ,ପ୍ରୀତି ପଟ୍ଟନାୟକ, ବାବୁଲା ମହାପାତ୍ର ଙ୍କ ସମେତ ଟ୍ରଷ୍ଟ ର ବହୁ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ ।