Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଦେଶରେ କୋଭିଡ ସ୍ଥିତିରେ ସୁଧାର ନଆସିବା ପର୍ଯ୍ୟନ୍ତ ଲାଗୁ ରହିବ ନିଷିଦ୍ଧାଦେଶ

 

ଜେ ବି ଏନ, ୧୧ /୦୪ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : ଭାରତରେ ବର୍ତ୍ତମାନ କୋଭିଡ ସଂକ୍ରମଣ ବୃଦ୍ଧି ପାଇଛି। 11.04.2021 ସୁଦ୍ଧା ଦେଶରେ 11.08 ଲକ୍ଷ ସକ୍ରିୟ କୋଭିଡ ସଂକ୍ରମିତ ରହିଥିବା ବେଳେ ଏହା ଧୀରେ ଧୀରେ ବୃଦ୍ଧି ପାଉଛି। ଏହି କାରଣରୁ କୋଭିଡ ରୋଗୀଙ୍କ ଚିକିତ୍ସାରେ ବ୍ୟବହୃତ ରେମଡିସିଭିର ଇଞ୍ଜେକ୍ସନର ଚାହିଦା ହଠାତ୍ ବୃଦ୍ଧି ପାଇଛି।

 

ଆମେରିକାର ମେସର୍ସ ଜିଲେଡ୍ ସାଇନ୍ସେସ୍ ସହିତ ହୋଇଥିବା ଲାଇସେନ୍ସ ଚୁକ୍ତି ଅନ୍ତର୍ଗତ ବର୍ତ୍ତମାନ ସାତଟି ଭାରତୀୟ କମ୍ପାନୀ ରେମଡିସିଭିର ଇଞ୍ଜେକ୍ସନ ଉତ୍ପାଦନ କରୁଛନ୍ତି। ପ୍ରତି ମାସ 38.80 ଲକ୍ଷ ୟୁନିଟ୍ ରେମଡିସିଭିର ଇଞ୍ଜେକ୍ସନ ଉତ୍ପାଦନ କ୍ଷମତା ଏମାନଙ୍କର ରହିଛି।

 

ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ରେମଡିସିଭିର ଇଞ୍ଜେକ୍ସନ ଏବଂ ରେମଡିସିଭିର ଆକ୍ଟିଭ ଔଷଧିୟ ଉପାଦାନ (ଏପିଆଇ)କୁ ନିଷିଦ୍ଧ କରିଛନ୍ତି। ଦେଶରେ ପରିସ୍ଥିତିରେ ସୁଧାର ନଆସିବା ପର୍ଯ୍ୟନ୍ତ ଏହି ନିଷିଦ୍ଧାଦେଶ ଜାରି ରହିବ।

 

ଏହାବ୍ୟତୀତ, ଡାକ୍ତରଖାନା ଏବଂ ରୋଗୀଙ୍କୁ ରେମଡିସିଭିର ସହଜ ଯୋଗାଣ ନିମନ୍ତେ ଭାରତ ସରକାର ନିମ୍ନଲିଖିତ ପଦକ୍ଷେପ ଗ୍ରହଣ କରୁଛନ୍ତି:

 

ଔଷଧର ସୁଗମ ଯୋଗାଣ ନିମନ୍ତେ ସେମାନଙ୍କର ଷ୍ଟକିଷ୍ଟ/ବିତରକମାନଙ୍କର ବିବରଣୀ ନିଜ ୱେବସାଇଟ୍ ପ୍ରଦର୍ଶିତ କରିବା ଲାଗି ସମସ୍ତ ଘରୋଇ ରେମଡିସିଭିର ଉତ୍ପାଦକମାନଙ୍କୁ ପରାମର୍ଶ ଦିଆଯାଇଛି।

 

ଷ୍ଟକ ଓ ବେଆଇନ କାରବାର ଯାଞ୍ଚ କରିବା ଏବଂ ହୋର୍ଡିଂ ଓ କଳାବଜାର ରୋକିବା ଦିଗରେ ପ୍ରଭାବୀ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଡ୍ରଗ୍ସ ଇନ୍ସପେକ୍ଟର ଓ ଅନ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦିଷ୍ଟ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ସ୍ବାସ୍ଥ୍ୟ ସଚିବ ଏହାକୁ ଡ୍ରଗ ଇନ୍ସପେକ୍ଟର ସହିତ ସମୀକ୍ଷା କରିବେ।

 

ଫାର୍ମାସ୍ୟୁଟିକାଲ୍ସ ବିଭାଗ ଘରୋଇ ଉତ୍ପାଦନକାରୀମାନଙ୍କ ସହିତ ଯୋଗାଯୋଗ ସ୍ଥାପନ କରି ରେମଡିସିଭିର ଉତ୍ପାଦନକୁ ବଢ଼ାଇବା ଲାଗି ପରାମର୍ଶ ଦେଇଛି।

 

ଭାରତ ସରକାର “କୋଭିଡ-19 ପାଇଁ ଜାତୀୟ ଚିକିତ୍ସା ପରିଚାଳନା ନିୟମ” ପାଳନ କରିବା ଲାଗି ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ଏହା ପ୍ରମାଣ ଉପରେ ଆଧାରିତ। ବିଶେଷଜ୍ଞ ସମିତି ସହିତ ଏକାଧିକ ବାର ଆଲୋଚନା ପରେ ନିୟମକୁ ବିକଶିତ କରାଯାଇଛି। କୋଭିଡ-19 ରୋଗୀଙ୍କ ଚିକିତ୍ସା ପାଇଁ ମାର୍ଗଦର୍ଶିକା ଦସ୍ତାବିଜକୁ ଅନୁସରଣ କରିବା ଲାଗି ମଧ୍ୟ କୁହାଯାଇଛି। ନିୟମରେ ରେମଡିସିଭିରକୁ ଅନୁସନ୍ଧାନମୂଳକ ଚିକିତ୍ସା ପଦ୍ଧତି ଭାବେ ତାଲିକାଭୁକ୍ତ କରାଯାଇଛି, ଏଥିରେ ସୂଚୀତ ଓ ଆପୋସ ନିର୍ଣ୍ଣୟ ଅତି ଗୁରୁତ୍ବପୂର୍ଣ୍ଣ। ଏହାଛଡ଼ା ବିସ୍ତୃତ ଗାଇଡଲାଇନରେ ବିପରୀତ ସଙ୍କେତକଗୁଡ଼ିକୁ ଧ୍ୟାନ ଦେବା ପାଇଁ ଉଲ୍ଲେଖ କରାଯାଇଛି।

 

ଉଭୟ ସରକାରୀ ଓ ଘରୋଇ, ସମସ୍ତ ଡାକ୍ତରଖାନାକୁ ଏହି ମାର୍ଗଦର୍ଶିକା ସମ୍ପର୍କରେ ସୂଚନା ଦେବା ଏବଂ ଏହାର ଅନୁପାଳନକୁ ଅନୁଧ୍ୟାନ କରିବା ନିମନ୍ତେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ପରାମର୍ଶ ଦିଆଯାଇଛି।