Spread the love

ଭୂବନେଶ୍ୱର: ଅଗଷ୍ଟ ୧୪ରେ ଜମ୍ମୁ ଓ କାଶ୍ମୀରର କିସ୍ତୱାର ଅଞ୍ଚଳରେ ହୋଇଥିବା ଏକ ବଡ଼ ଧରଣର ବାଦଲଫଟା ବର୍ଷା ଯୋଗୁଁ ଓଡ଼ିଶାର ଜଣେ ସିଆଇଏସଏଫ ଯବାନଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, ଢେଙ୍କାନାଳର ପରଜଙ୍ଗ ଥାନା ଅନ୍ତର୍ଗତ ମାଣିକମାରା ଗ୍ରାମର ମନୋଜ ବିଶ୍ୱାଳ ଯେଉଁ କ୍ୟାମ୍ପରେ ରହୁଥିଲେ ସେଠାରେ ବାଦଲଫଟା ବର୍ଷାରେ କ୍ଷୟକ୍ଷତି ହୋଇଥିଲା।

ଏହି ଅଘଟଣରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଶନିବାର ଦିନ ପ୍ରାୟ ୧ଟା ବେଳେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।ପ୍ରାୟ ଦୁଇ ମାସ ପୂର୍ବରୁ ସେ କାଶ୍ମୀରରେ ଡେପୁଟେସନରେ ନିୟୋଜିତ ଥିଲେ।କିସ୍ତୱାରର ଚାଶୋଟି ଅଞ୍ଚଳରେ ଅପରାହ୍ନ ପ୍ରାୟ ୧୨.୩୦ ସମୟରେ ମନୋଜ ଡ୍ୟୁଟି ପରେ ବିଶ୍ରାମ ନେଉଥିବା ବେଳେ ବାଦଲଫଟା ବର୍ଷା ଘଟିଥିଲା। ଯାହାପରେ ବନ୍ୟା ଯୋଗୁଁ ସମଗ୍ର ଅଞ୍ଚଳ ଭାସି ଯାଇଥିଲା। ଯେଉଁଥିରେ ଅତି କମରେ ୬୦ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୦୦ ରୁ ଅଧିକ ଆହତ ହୋଇଥିଲେ। ତେବେ ଏନେଇ ପରିବାର ସୂଚନା ପାଇବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ପାର୍ଥିବ ଶରୀର ଶେଷକୃତ୍ୟ ପାଇଁ ତାଙ୍କ ଗାଁକୁ ଅଣାଯିବ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *