Spread the love

କୁନି ଝିଅ ର ଜୀବନ ବଞ୍ଚାଇବା ପାଇଁ ବାପାର ଆକୁଳ ନିବେଦନ
ଭବାନୀପାଟଣା (ଜାଗ୍ରତ ଭାରତ)
କଳାହାଣ୍ଡି ଜିଲ୍ଲା ର ଏମ ରାମପୁର ବ୍ଲକ ବାରବନ୍ଧା ଗାଁ ର ଅଶୋକ କୁମାର ପାଠ ଙ୍କ ଗୋଟିଏ ବୋଲି ଝିଅ ଅର୍ଚିତା ପାଠ ବୟସ 13 ବର୍ଷ ହେଵ ଏହି ପରିବାର ଅତି ଗରିବ ଶ୍ରେଣୀର ଅଟନ୍ତି । ଦୁଃଖ କଷ୍ଟରେ ଦିନ କାଟୁଥିବା ବେଳେ ଦଇବ ସାଧୁଛି ଦାଉ ତାଙ୍କ ଝିଅ ଅର୍ଚିତା ପାଠଙ୍କ ଦେହ ଗତ କିଛି ମାସତଳେ ହଠାତ ଅସୁସ୍ଥ ହୋଇପଡ଼ି ସବୁ ସମୟରେ ଅସୁସ୍ଥ ରହୁ ଥିବାରୁ ତାଙ୍କୁ ଭବାନୀପାଟଣା ସରକାରୀ ହସ୍ପିଟାଲ ଠାରେ ଚିକିତ୍ସା କରାଯାଇଥିଲା ହେଲେ ତାଙ୍କ ଝିଅ ଙ୍କ ଦେହ ସ୍ୱାସ୍ଥ୍ୟ ଅବସ୍ଥା ଭଲ ହୋଇ ପାରିନଥିବାରୁ ଭବାନୀପାଟଣା ସହରସ୍ଥିତ ଏକ ଘୋରୋଇ ଡାକ୍ତରଖାନା ମେଡ଼ାକ୍ସ ହସ୍ପିଟାଲ କୁ ନେଇଥିଲେ ଏବଂଝିଅ କୁ ଆଡମିଟ କରିଥିଲେ ମେଡ଼ାକ୍ସ ହସ୍ପିଟାଲ କୃତ୍ତୃପକ୍ଷଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ 75%ମାତ୍ରାରେ ଝିଅ ସୁସ୍ଥ ଥିବା ପରିବାର ଳୋକେ ପ୍ରକାଶ କରିଛନ୍ତି କଳାହାଣ୍ଡି ଜିଲ୍ଲାପାଲ ଏହି ନରିହ ଝିଅ ସଂପର୍କରେ ଖବର ଶୁଣିବା ପରେ ୩୦,୦୦୦ ଟଙ୍କା ସାହାର୍ଯ୍ୟ ଯୋଗାଇଦେଥିଲେ ହେଲେ ମେଡ଼ାକ୍ସ ହସ୍ପିଟାଲ ଠାରେ ନୀରୋ ରୋଗର ଏମ ଆର ଆଇ ପାଇଁ ସୁବିଧା ନ ଥିବାରୁ ନୀରୋ ରୋଗପାଇଁ ଚିକତ୍ସା କରିବା ନିମନ୍ତେ ଝିଅ କୁ ଆଉ ହସ୍ପିଟାଲ କୁ ନେବା କୁ ପଡିବ ହେଲେ ଅର୍ଥ ସାଜିଛି ବାଧକ । ବାପା ଗରିବ ଶ୍ରେଣୀର ହୋଇଥିବାରୁ ସେ ତାଙ୍କ ଝିଅ ଙ୍କ ଚିକତ୍ସା ପାଇଁ ସରକାରକୁ ସାହାର୍ଯ୍ୟ ପାଇଁ ଆକୁଳ ନିବେଦନ କରୁଛନ୍ତି ।ଅଞ୍ଚଳବାସୀମାନେ ମଧ୍ୟ ଜିଲ୍ଲାପାଳ କଳାହାଣ୍ଡିଙ୍କୁ ଅନୁରୋଧ କଛନ୍ତି ।ତୁରନ୍ତ କୁନି ଝିଅଟିର ଜୀବନ ରକ୍ଷାପାଇଁ ପଦକ୍ଷେ ଗ୍ରହଣ କରନ୍ତୁ

Leave a Reply

Your email address will not be published. Required fields are marked *