Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

କୁମ୍ଭାରଗାଁ ପଞ୍ଚାୟତ ସରପଞ୍ଚ ଉପନିର୍ବାଚନ, ପ୍ରାର୍ଥୀ ପତ୍ର ପ୍ରତ୍ଯାହାର କଲେ ଦୁଇ ବିଜେପି ସମର୍ଥିତ, ସତୀଶ ରଞ୍ଜନ ନିର୍ଦ୍ଦ୍ୱନ୍ଦରେ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚିତ 

 

ଜେ ବି ଏନ, ବ୍ରହ୍ମପୁର (ଟୁକୁନା ପ୍ରଧାନ, ୨୨.୦୧.୨୦୨୧) -: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ କୁମ୍ଭାରଗାଁ ପଞ୍ଚାୟତ ଉପନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀ ସତୀଶରଞ୍ଜନ ତାରିଣୀ ନିର୍ଦ୍ୱନ୍ଦ ସରପଞ୍ଚ ଭାବେ ନିର୍ବାଚିତ । ପୂର୍ବତନ ସରପଞ୍ଚ ସ୍ବର୍ଗତ ପ୍ରଶାନ୍ତ ତାରିଣୀଙ୍କ ମୃତ୍ୟୁ ପରେ ଖାଲି ପଡିଥିବା ସରପଞ୍ଚ ପଦବୀ ଲାଗି ୩ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଆଜି ନାମାଙ୍କନ ପତ୍ର ପ୍ରତ୍ୟାହାର ଦିନ ଥିବାରୁ ଦୁଇଜଣ ପ୍ରାର୍ଥୀ ଲଳିତ କୁମାର ସ୍ୱାଇଁ, ପ୍ରବୀଣ ସ୍ୱାଇଁ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି । ସତୀଶ ରଞ୍ଜନ ତାରିଣୀ ବିଜେଡି ସମର୍ଥିତ ପ୍ରାର୍ଥୀ ହୋଇଥିବା ବେଳେ ଲଳିତ ଏବଂ ପ୍ରବିଣ ବିଜେପି ସମର୍ଥିତ ପ୍ରାର୍ଥୀ ବୋଲି ସୂଚନା । ଫେବୃଆରୀ ୧୧ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ କିନ୍ତୁ ଆଜି ଦୁଇ ଜଣ ପ୍ରାର୍ଥୀ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିବା ପରେ ସତୀଶ ରଞ୍ଜନ ତାରିଣୀ ନିର୍ଦ୍ୱନ୍ଦ ରେ ନିର୍ବାଚିତ ହୋଇଛନ୍ତି ବୋଲି ସୂଚନା ଦେଇଛନ୍ତି ବେଗୁନିଆପଡା ବିଡିଓ ବେଦବର ପ୍ରଧାନ ।