Spread the love

କେନ୍ଦୁଝରର ସହିଦ ଯବାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି। ବିମାନ ବନ୍ଦରରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

କେନ୍ଦୁଝର ସଦର ବ୍ଲକ୍‌ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ନୂଆଗାଁ ଗ୍ରାମର ଷଷ୍ଠ ବାଟାଲିୟନ, ବିହାର ରେଜିମେଣ୍ଟରେ ହାବିଲଦାର ତଥା ଗାଡ଼ି ଚାଳକ ଭାବେ କାର୍ଯ୍ୟରତ ରାଜ କିଶୋର ମୁଣ୍ତାଙ୍କ ଶନିବାର ଅରୁଣାଞ୍ଚଳପ୍ରଦେଶ ତାୱାଙ୍ଗଠାରେ ଦୁର୍ଘଟଣାରେ ମୃତ୍ୟୁ ଘଟିଛି।

ସେନା କର୍ମଚାରୀଙ୍କୁ ନେଇ ଯାଉଥିବାବେଳେ ଏକ ପଥର ତାଙ୍କ ଗାଡ଼ି ଉପରେ ପଡ଼ିବା ଯୋଗୁ ଭାରସାମ୍ୟ ହରାଇ ଗାଡ଼ି ଓଲଟି ପଡ଼ିଥିଲା। ସେ ଚାପି ହୋଇ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ମରଶରୀର ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ ନିମନ୍ତେ ସୋମବାର ପୈତୃକ ଗ୍ରାମ ନୂଆଗାଁ ଅଭିମୁଖେ ଅଣାଯିବ।ଏ ନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲା ପ୍ରଶାସନ ସମସ୍ତ ପ୍ରସ୍ତୁତି କରିଛି। ସଦର ବ୍ଲକ୍‌ ଅଧିକାରୀ ରବିବାର ସାରେ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ। ସଦର ବ୍ଲକ୍‌ ପ୍ରଶାସନ ଅଧିକାରୀ ଏବଂ ନୂଆଗାଁ ସରପଞ୍ଚ ଆଶୀର୍ବାଦ ନାଏକ ପହଞ୍ଚି ସ୍ବର୍ଗତ ରାଜକିଶୋରଙ୍କ ପରିବାରଙ୍କୁ ସମବେଦନା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *