Spread the love

କେନ୍ଦୁଝର ଜିଲ୍ଲାର ଚମ୍ପୁଆ ପୋଲିସ ପକ୍ଷରୁ ଏନକାଉଣ୍ଟର

କେନ୍ଦୁଝର ଜିଲ୍ଲାରେ ପୋଲିସ ପକ୍ଷରୁ ଏନକାଉଣ୍ଟର । କେଉଁଝର ଏବଂ ମୟୂରଭଞ୍ଜ ଅଞ୍ଚଳରେ ରେ ୩୦ ରୁ ଅଧିକ ଚୋରି ମାମଲାରେ ଜଡିତ କୁଖ୍ୟାତ ଆନ୍ତଃରାଜ୍ୟ ଚୋର ମହମ୍ମଦ ନାଫିସ (ଝାଡ଼ଖଣ୍ଡ) କୁ ଏନକାଉଣ୍ଟର କରିଛି ଚମ୍ପୁଆ ପୋଲିସ। ଅଭିଯୁକ୍ତ ଆଜି ସକାଳ ପ୍ରାୟ ୫ଟା ସମୟରେ ପତଳା ଜଙ୍ଗଲ ନିକଟରେ ପୋଲିସ ଦଳ ଉପରେ ୨ରାଉଣ୍ଡ ଗୁଳି ଚଳାଇ ଫେରାର ହେବାକୁ ଉଦ୍ୟମ ବେଳେ ଏନକାଉଣ୍ଟର କରିଛି ଚମ୍ପୁଆ ପୋଲିସ।ବିଭିନ୍ନ ସ୍ଥାନରୁ ଚୋରୀ ପରେ ଚୋରୀ ସାମଗ୍ରୀ ଚମ୍ପୁଆ ନିକଟସ୍ଥ ପତଳା ଜଙ୍ଗଲ ରେ ଲୁଚାଇ ରଖିଥିଲା ନାଫିସ। ଗିରଫ ପରେ ଚୋରୀ ସାମଗ୍ରୀ ଜବତ ପାଇଁ ପୋଲିସ ତାକୁ ଆଜି ସକାଳୁ ପତଳା ଜଙ୍ଗଲ କୁ ନେଇଥିଲେ। ସେଠାରେ ନାଫିସ ପୂର୍ବରୁ ଲୁଚାଇ ରଖିଥିବା ବନ୍ଧୁକରେ ପୋଲିସ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇ ଫେରାର ହେବାକୁ ଉଦ୍ୟମ ବେଳେ ବ୍ୟକ୍ତିଗତ ପ୍ରତିରକ୍ଷା ପାଇଁ ପୋଲିସ ଗୁଳି ଚଳାଇଥିଲା, ଯେଉଁଥିରେ ଅଭିଯୁକ୍ତର ଡାହାଣ ଆଣ୍ଠୁରେ ଗୁଳି ଲାଗିଛି । ତାକୁ ଚମ୍ପୁଆର ଡାକ୍ତର ଖାନା କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇ ପରେ କେଉଁଝର ଜିଲ୍ଲା ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି।ତା ନିକଟରୁ ଏକ ଦେଶୀ ନିର୍ମିତ ବନ୍ଧୁକ ଜବତ କରାଯାଇଛି ।
ଚମ୍ପୁଆ ଥାନା ରେ ପି.ଏସ୍. ଧାରା 109(1)/296 BNS r/w 25/27 ଅସ୍ତ୍ରଶସ୍ତ୍ର ଆଇନ ଅନୁଯାୟୀ ମାମଲା ନଂ 257/2026 ରେ ମାମଲା ରୁଜୁ କରାଯାଇଛି । ଅନ୍ୟପଟେ ଅଭିଯୁକ୍ତ ମାନଙ୍କ ସହଯୋଗୀ ଏବଂ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତଥିବା ନେଟୱାର୍କକୁ ଠାବ କରିବା ପାଇଁ ପୋଲିସ ଅଧିକ ତଦନ୍ତ ଜାରି ରହିଥିବା ନେଇ ସୂଚନା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *