Spread the love

ଗ୍ରାମ ମଝିରେ ମଦ ଦୋକାନକୁ ବିରୋଧ କରିଛନ୍ତି ଶତାଧିକ ଗ୍ରାମବାସୀ।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ା ବ୍ଳକ ଅନ୍ତର୍ଗତ ଭୂୟାଁ ରୋଇଡ଼ା ପଞ୍ଚାୟତରେ ଗ୍ରାମ ମଝିରେ ମଦ ଦୋକାନ ଖୋଲିବାକୁ ଗ୍ରାମବାସୀଙ୍କ ବିରୋଧ। ଯାହାକୁ ନେଇ ଆଜି ଶତାଧିକ ସଂଖ୍ୟାରେ ପୁରୁଷ ଓ ମହିଳା ଏକତ୍ରିତ ହୋଇ ମଦ ଦୋକାନ ସାମ୍ନାରେ ବିରୋଧ କରିଛନ୍ତି। ଯାହାକି ସୂଚନା ରହିଛି ଏବଂ ଦେଖିବାକୁ ମିଳିଛି କି ମଦ ଦୋକାନ ଠାରୁ ପ୍ରାୟ ଶହେ ମିଟର ଦୂରତାରେ ସ୍କୁଲ ଓ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଥିବାବେଳେ ଛକ ଉପରେ ମଦ ଦୋକାନ ରହିଛି ଓ ଏହାଯୋଗୁ ସ୍ଥାନୀୟ ବାସିନ୍ଦା ମାନେ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏହି ରାସ୍ତାରେ ଯିବା ଆସିବା କରୁଥିବା ସ୍କୁଲ ପିଲାଙ୍କ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପଡିବ ବୋଲି କହିଛନ୍ତି ଓ ଏହି ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ ଦାବିକରିଛନ୍ତି ଅଞ୍ଚଳ ବାସିନ୍ଦା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *