Spread the love

କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଉପଖଣ୍ଡ ରେ କାୟା ବିସ୍ତାର କରୁଛି ଡାଇରିଆ

କେନ୍ଦୁଝର ଜିଲ୍ଲାର ଉପାନ୍ତ ଅଞ୍ଚଳ ଚମ୍ପୁଆ ଉପଖଣ୍ଡରେ କାୟା ବିସ୍ତାର କରୁଛି ଡାଇରିଆ। ଯାହାକି ସୂଚନା ରହିଛି ଚମ୍ପୁଆ ଉପଖଣ୍ଡ ରେ ଦିନକୁ ଦିନ ଡ଼ାଇରିଆର ପ୍ରଭାବ ବଢି ଚାଲିଛି। ଚମ୍ପୁଆ ଡାକ୍ତରଖାନା ବଡବିଲ ଲଡାକ୍ତରଖାନା, ବାସୁଦେବପୁର୍ ଡାକ୍ତରଖାନା ଓ ଘରୋଇ ଡାକ୍ତର ଖାନରେ ପାଖାପାଖି ୨୦ରୁ ଉର୍ଦ୍ଧ୍ ଚିକିତ୍ସିତ ହେଉଥିବା ନେଇ ସୂଚନା।

ସେହିପରି ଝାଡ଼ା ବାନ୍ତି କୁ ଦେଖି
ଭିନ୍ନ ଭିନ୍ନ ଗାଁରେ ଝାଡ଼ାବାନ୍ତି ହେଉଥିବା ଯୋଗୁ ସମସ୍ତ ଆଶା କର୍ମୀଙ୍କ ଦ୍ୱାରା ଓଆରଏସ ବଣ୍ଟନ କରାଯାଉଥିବା ବେଳେ ବିଭିନ୍ନ ସ୍ଥାନରେ ବ୍ଲିଚିଂ ପାଉଡର ସିଞ୍ଚନ କରାଯାଉଛି। ଗାଁ ଗାଁ ରେ ସଚେତନ କରାଯାଉଛି ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *