Spread the love

ତେନ୍ତେଳାପଶି ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଚାରି ଅଭିଯୁକ୍ତ ଗିରଫ, କଡ଼ା କାର୍ଯ୍ୟନୁଷ୍ଠାନ ଦାବି

କେନ୍ଦୁଝର – କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ଅନ୍ତର୍ଗତ ତେନ୍ତେଳାପଶି ଗ୍ରାମରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଓ ହତ୍ୟାର ହୋଇଥିବା ଘଟଣାରେ ୪ଜଣ ଅପରାଧିଙ୍କୁ ପଣ୍ଡାପଡା ପୋଲିସ ଗିରଫ କରିଛି । ଏହି ଅମାନବୀୟ ଘଟଣାରେ ସଂପୃକ୍ତ ଥିବା ଅପରାଧିମାନେ ହେଲେ ବଡକମଣ୍ଡରା ଗ୍ରାମର ସାଗର ନାଏକ,ବିକାଶ କୁମାର ନାଏକ ,ସୁଜିତ ନାଏକ ଏବଂ ସାନକମଣ୍ଡରା ଗ୍ରାମର ମୁରଲୀଧର ସାହୁ।ଏହି ଅପରାଧିମାନେ ସଂଗଠିତ ଭାବେ ନାବାଳିକାକୁ ଗଣବଳାତ୍କାର ପରେ ହତ୍ୟା କରିଥିଲେ । ଗତକାଲି ୧୦.୩୦ମିନିଟ ସମୟରେ ଏହି ଅପରାଧିମାନଙ୍କୁ ଗିରଫ କରାଯାଇ ଅପରାଧିମାନଙ୍କର ଡିଏନଏ ସାମ୍ପୁଲ ସଂଗ୍ରହ କରାଯାଇଥିବା ସହ ଅଧିକ ତଦନ୍ତ ଜାରୀ ରହିଥିବା ନେଇ ସୂଚନା। ପୋଲିସ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ଏହି ସୂଚନା ପ୍ରଦାନ କରାଯାଇଚି।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *