Spread the love

ରାଜନୈତିକ ଛକାପଞ୍ଝାରେ ବିକାଶ ବାଟବଣା

ଅନୁଗୋଳ ଜିଲ୍ଲା ବଅଁରପାଳ ‌ ବ୍ଲକ ସାନ୍ତରାପୁରା (ଖ)ପଞ୍ଚାୟତ ଗୋପୀଗଠ ସାହି ରାସ୍ତା ଅତ୍ୟନ୍ତ ଶଚୋନୀୟ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି l ଏହି ମାଟି ରାସ୍ତାଟି ଖାଲଖମା ଭର୍ତି ହୋଇଛି ଯାହା ଫଳରେ ପାଦଚଲା ରାସ୍ତା ଭାବେ ମଧ୍ୟ ଯୋଗ୍ୟ ନୁହେଁ ଏହି ରାସ୍ତାରେ ଯାଉଥିବା ଜନସାଧାରଣ ନାହିଁ ନଥିବା ଅସୁବିଧାର ସନମୁଖୀନ ହେଉଛନ୍ତି ବର୍ଷା ଦିନ କଥା ନକହିବା ଭଲ ଅସରାଏ ବର୍ଷାରେ ରାସ୍ତା କାଦୁଅ ପଙ୍କରେ ଭର୍ତି ହୋଇ ପଡୁଛି ଯଦି କୌଣସି ବାହାର ଅଞ୍ଚଳର ବ୍ୟକ୍ତି ଅଜାଣତରେ ଯାଏ ତାହା ହେଲେ ସେ ଦୃଘଟଣାର ଶିକାର ହୋଇ ମରଣ ମୁଁହକୁ ଚାଲିଯିବା ଆଶଙ୍କା ଦେଖାଯାଇଛି। ପ୍ରତିଦିନ ଏହି ରାସ୍ତା ଉପରେ ସ୍ଥାନୀୟ ୫ ମୌଜାର ହଜାର ହଜାର ଜନସାଧାରଣଙ୍କ ସହ ସ୍କୁଲ କଲେଜ ଛାତ୍ରଛାତ୍ରୀ ଓ ବଅଁରପାଳ ବ୍ଲକ ବିଭିନ୍ନ କାର୍ଯ୍ୟ ପାଇଁ ଲୋକେ ଯାତାୟାତ ପାଇଁ ନିର୍ଭର କରୁଥିଲେ ବି ମାତ୍ର ଗୋଟେ କିଲୋ ମିଟର ରାସ୍ତାକୁ ଗ୍ରାମ୍ୟ ୟୂନୟନ ବିଭାଗ ସମ୍ପୂର୍ଣ ନ କରିବା ବିଭାଗର କାର୍ଯ୍ୟ ଉପରେ ଆଙ୍ଗୁଳି ନିର୍ଦେଶ କରୁଛି ଏହାକୁ ମରାମତି ବିଭିନ୍ନ ରାଜନୈତିକ ବ୍ୟକ୍ତି ଓ ବିଭାଗର ସମ୍ପୂର୍ଣ ଯନ୍ତ୍ରୀ ଦାୟୀ ବୋଲି ସ୍ଥାନୀୟ ଅଞ୍ଚଳବାସି ଦାବି କରିଛନ୍ତି ବିକାଶର ଢୋଲ ପିଟି ପିଟି ୨୪ ବର୍ଷର ସରକାର ଶାସନ କରି ଚାଲିଗଲା ହେଲେ କେବେ ଦୃଷ୍ଟି ଦେଲେ ନାହିଁ। ଏ ନୁହେଁ କି ଗ୍ରାମବାସୀ ଦୁଃଖ ବଖାଣି ନାହାନ୍ତି ତେବେ ସରକାର ବଦଳିବା ପରେ ଗ୍ରାମବାସୀ ଆଶା କରିଛନ୍ତି କେବେ ବଦଳିବ ଏହି ସାନ୍ତରାପୁର (ଖ) ଚିତ୍ର ବାସ ସେହି ଦିନକୁ ଅପେକ୍ଷା ଅଞ୍ଚଳବାସୀ।

Leave a Reply

Your email address will not be published. Required fields are marked *