Spread the love

କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌରପାଳିକା ପକ୍ଷରୁ ଇଣ୍ଟର ୱାର୍ଡ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ।

କେନ୍ଦୁଝର ଜିଲ୍ଲା ଏକ ଖଣିଜ ବହୁଳ ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ଅନେକ ଖେଳ ପ୍ରତିଭା ଲୁକାୟିତ ରହିଯାଉଛନ୍ତି, ଉପଯୁକ୍ତ ଭିତ୍ତିଭୂମି ଓ ପ୍ରଶିକ୍ଷଣ ଅଭାବ ଅବା ଅନ୍ୟ କୌଣସି କାରଣରୁ ବିଭିନ୍ନ ପ୍ରତିଭା ରେ ପରିପୂର୍ଣ୍ଣ ଖେଳାଳି ମାନେ ଲୋକ ଲୋଚନକୁ ଆସିପାରି ନଥାନ୍ତି, ସେହିଭଳି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ପାଇଁ ଅଣ୍ଟା ଭିଡିଛନ୍ତି ବଡବିଲ ନଗରପାଳ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ପୌରାଞ୍ଚଳ ରେ ବଡବିଲ ପୌରପାଳିକା ପକ୍ଷରୁ ଆରମ୍ଭ ହୋଇଛି ଇଣ୍ଟର୍ ୱାର୍ଡ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଯାହାର ଆଜି ଉଦ୍ଘାଟନୀ ମ୍ୟାଚର ଆରମ୍ଭ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟ ବଡବିଲ ବିକାଶମହଲ ପଡିଆ ଠାରେ ଆରମ୍ଭ ହୋଇଛି। ଉଦ୍ଘାଟନୀ ଦିବସରେ ନଗରପାଳ ଲକ୍ଷ୍ମଣ ମହାନ୍ତ ଓ ସମସ୍ତ କାଉନସିଲର ଏବଂ ପୌରପାଳିକା କର୍ମଚାରୀ ଉପସ୍ଥିତ ରହି ଜାତୀୟ ପିତା ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ସମସ୍ତ ଖେଳାଳିଙ୍କ ସହ ପରିଚିତ ହୋଇ ମ୍ୟାଚ ର ଶୁଭ ଉଦ୍ଘାଟନ କରିଥିଲେ। ଉଦ୍ଘାଟନୀ ମ୍ୟାଚ ୱାର୍ଡ ନମ୍ବର ତିନି ଓ ୱାର୍ଡ ନମ୍ବର ପନ୍ଦର ମଧ୍ୟରେ ଖେଳା ଯାଇଥିବା ବେଳେ ଦ୍ଵିତୀୟ ମ୍ୟାଚ୍ ଟି ୱାର୍ଡ ନମ୍ବର ଏକ ଓ ୱାର୍ଡ ନମ୍ବର ଦଶ ମଧ୍ୟରେ ଖେଳାଯାଇଥିଲା। ବହୁ ସଂଖ୍ୟାରେ ବଡବିଲ ବାସୀ ଉପସ୍ଥିତ ରହି ମ୍ୟାଚ୍ ର ଆନନ୍ଦ ନେଇଥିଲେ। ଏହି ଉଦ୍ଘାଟନୀ ମ୍ୟାଚରେ ୱାର୍ଡ ନମ୍ବର ତିନି ୱାର୍ଡ ନମ୍ବର ପନ୍ଦର କୁ 2-0 ଗୋଲ୍ ରେ ପରାସ୍ତ କରିଥିବା ବେଳେ ୱାର୍ଡ ନମ୍ବର ଦଶ ମଧ୍ଯ 2-0 ଗୋଲରେ ଏକ ନମ୍ବର ୱାର୍ଡ କୁ ପରାସ୍ତ କରିଥିବା ସୂଚନା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *