Spread the love

କେନ୍ଦୁଝର ତେଲକୋଇର ଲାଞ୍ଚୁଆ ଡାକ୍ତର ତଡା ଖାଇଲେ ।

ଦୀର୍ଘ ଦିନ ଧରି ତେଲକୋଇ ଲୋକଙ୍କୁ ଲୁଣ୍ଠନ କରି ନିର୍ଯ୍ୟାତନା ଦେଉଥିବା ଡାକ୍ତର ଗଣପତି ପ୍ରଧାନ ଶେଷରେ ଷ୍ଟିଙ୍ଗ ଅପରେସନରେ ଧରା ପଡ଼ି ଚାକିରୀରୁ ବିଦା ହେଲେ। ସେ ଦୁଇ କିସ୍ତିରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ଲାଞ୍ଚ ମାଗି 5 ହଜାର ଟଙ୍କା ନେଇଥିଲେ। ଡାକ୍ତରଙ୍କ ବହିଷ୍କାର ପରେ କେନ୍ଦୁଝର ତଥା ତେଲକୋଇ ଲୋକେ ଖୁବ୍ ଆନନ୍ଦ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ଏପରି ଲାଞ୍ଚୁଆ ଧରା ପଡନ୍ତୁ ଦଣ୍ଡ ପାଆନ୍ତୁ ଲୋକେ କହିଛନ୍ତି। ସବୁ ଥର ଦଣ୍ଡରୁ ବଞ୍ଚି ଯାଉଥିବା କରିତକର୍ମା ଡାକ୍ତର ଗଣପତି ଏବେ ତେଲକୋଇରୁ ବେଡିଂ ବାନ୍ଧି ଘର ମୁହାଁ ହୋଇ ଥିବା ଜଣା ଯାଇଛି। ତେବେ ପ୍ରଶାସନ ଏପରି ଲଞ୍ଚୁଆଙ୍କୁ ଜେଲରେ ପୁରେଇ ଥିଲେ ଭଲ ହୋଇଥାନ୍ତା ବୁଦ୍ଧିଜୀବିମାନେ କହିଛନ୍ତି। ଏହି କାର୍ଯ୍ୟାନୁଷ୍ଠାନ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ କୋକୁଆ ଭୟ ଖେଳି ଯାଇଛି।
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *