Spread the love

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଜନ୍ମଦିନ ଅବସରରେ ହିନ୍ଦୋଳରେ ରକ୍ତଦାନ ଶିବିର

ହିନ୍ଦୋଳ :26/06/2026ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହିନ୍ଦୋଳ ମହାବିଦ୍ୟାଳୟ ପରିସରରେ ଆଜି ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ, ବିଧାୟିକା ସୀମାରାଣୀ ନାୟକଙ୍କ ନେତୃତ୍ୱରେ ଏକ ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି। ଏହି ରକ୍ତଦାନ ଶିବିରକୁ ସଫଳ କରିବାପାଇଁ ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ସବୁ ଅଂଚଳରୁ ବିଜେପି ର କର୍ମୀ ଓ ସ୍ବେଛାସେବୀମାନେ ସ୍ବେଛାକୃତଭାବେ ରକ୍ତଦାନ କରୁଥିବାର ଦେଖିବାକୁ ମିଳିଛି। ଖବର ପ୍ରସାରଣ ବେଳକୁ 80ୟୁନିଟ ରୁ ଅଧିକ ରକ୍ତଦାନ ସଂଗ୍ରହ ହୋଇଥିବାବେଳେ, ଆଜିର ଏହି ମହାନ କାର୍ଯ୍ୟକ୍ରମରେ ହିନ୍ଦୋଳ ବ୍ଲକ ଉପାଧ୍ୟକ୍ଷ ବରୁଣ ସର, ସାଂସଦଙ୍କ ପ୍ରତିନିଧି ସୁଶାନ୍ତ ପତି, ରାସୋଳ ମଣ୍ଡଳ ସଭାପତି ଲିଙ୍ଗରାଜ ସାହୁ, ମନୋରଞ୍ଜନ ନାଥ, ଧରଣୀଧର ପାଳ ଏବଂ ସବୁ ମଣ୍ଡଳର ସଭାପତି, ସମ୍ପାଦକ, ଯୁବ ସଭାପତି ଓ ବିଜେପିର ବହୁ କର୍ମୀ ଯୋଗଦାନ କରି ସହଯୋଗ କରୁଥିବାର ଦେଖିବାକୁ ମିଳିଛି। ହିନ୍ଦୋଳରୁ ସୁବ୍ରତ ମହାପାତ୍ର ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *