Spread the love

କେନ୍ଦ୍ର ସରକାରଙ୍କ ଦେଶ ବିରୋଧୀ ନୀତି ବିରୋଧରେ ଟ୍ରେଡ଼ ୟୁନିଅନ ମାନଙ୍କର କନଭେନସନ

ଭୁବନେଶ୍ୱର, ଆଜି ବୁଦ୍ଧ ମନ୍ଦିର ପ୍ରେଖ୍ୟାଳୟରେ କେନ୍ଦ୍ର ସରକାରଙ୍କ ଦେଶ ନୀତି ବିରୋଧରେ କେନ୍ଦ୍ରୀୟ ଟ୍ରେଡ଼ ଇୟୁନିଅନ ଓ ସ୍ୱାଧୀନ ଫେଡେରେସନ ମାନଙ୍କ ରାଜ୍ୟ ସ୍ତରୀୟ କନଭେନସନ ଅନୁଷ୍ଠିତ ହୋଇଯାଇଛି. ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆରଏସଏସ ପରିଚାଳିତ ବିଜେପି ସରକାରଙ୍କ ଜନବିରୋଧୀ ନୀତି ଯୋଗୁଁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷରେ ମୂଲ୍ୟ ବୃଦ୍ଧି, ବେକାରୀ, ଛଟେଇ, ଦାରିଦ୍ର୍ୟ, ଶିକ୍ଷା ଓ ସ୍ୱାସ୍ଥ୍ୟ ଅବ୍ୟବସ୍ଥା, ବିମୁଦ୍ରିକରଣ ପଦକ୍ଷେପ କୁପ୍ରଭାବ ପକାଇଛି. ଶ୍ରମିକ ମାନଙ୍କ 44ଟି ଶ୍ରମ ଆଇନକୁ ବାତିଲ କରି ଦାନ୍ତ ହିଁନ 4ଟି ଶ୍ରମ କୋଡ଼ ପ୍ରସ୍ତୁତ କରିଛନ୍ତି. କେଦ୍ର ସରକାରଙ୍କ ଏଭଲି ନୀତି ବିରୋଧରେ ଗାଁ ଗାଁ ରୁ ପଂଚାୟତ ସ୍ତରରୁ ରାଜ୍ୟ ବ୍ୟାପି ଆନ୍ଦୋଳନ କରିବାକୁ 9ଗୋଟି ଟ୍ରେଡ଼ ଇୟୁନିଅନ ଏକାଠି ହୋଇ ଯୋଜନା ପ୍ରସ୍ତୁତ କରିଛନ୍ତି ଓ ଖୁବ ଶୀଘ୍ର ଲୋକଙ୍କ ପାଖରେ ପହଂଚିବ ବୋଲି ସେଣ୍ଟ୍ରାଲ ଟ୍ରେଡ଼ ଇୟୁନିଅନ ଏଚ ଏମ ଏସ ର ଡେପୁଟି ଜେନେରାଲ ସେକ୍ରେଟାରୀ ସଂଯୁକ୍ତା ମହଲ. ଆଜିର କନଭେନସନରେ ଏକାଠି ହୋଇଥିବା ଟ୍ରେଡ଼ ଉଇନିଅନ ଗୁଡିକ ହେଲା ଆଇ ଏନ ଟି ଇଉ ସି, ଏ ଆଇ ଟି ଇଉ ସି, ସି ଆଇ ଟି ଇଉ, ଏ ଆଇ ଟି ଇଉ ସି, ଏ ଆଇ ସି ସି ଟି ଇଉ, ଟି ଇଉ ସି ସି, ଏଲ ପି ଏଫ, ଏସ ଇ ଡବ୍ଲୁ ଏ, ଏ ଆଇ ଏସ ଜି ଇ ଏଫ, ସି ସି ଜି ଇ ଡବ୍ଲୁ, ଏ ଆଇ ବି ଇ ଏ, ଏ ଆଇ ଆଇ ଇ ଏ, ବି ଇ ଏଫ ଆଇ, ଏ ଆଇ ଏଲ ଇ ଏଫ, ଜି ଆଇ ଇ ଏ ଆଇ ଏ, ଓ ଏ ଆଇ ଡି ଇ ଏଫ..
ଭୁବନେଶ୍ୱର ରୁ ପ୍ରଭାକର ବିଶ୍ୱାଳଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *