Spread the love

(ସେଣ୍ଟ ଜାଭିୟର୍ସ ହାଇସ୍କୁଲ ଟପର ଆଶୁତୋଷ ଙ୍କୁ ସମ୍ବର୍ଦ୍ଧନା)
ଜଗତସିଂହପୁର
ତା =21/5/23

ଚଳିତ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ସେଣ୍ଟ ଜାଭିୟର୍ସ ହାଇସ୍କୁଲର ପାସ୍ ହାର ଶତ ପ୍ରତିଶତ ରହିଥିବା ବେଳେ ଏହି ବିଦ୍ୟାଳୟର ଛାତ୍ର ଆଶୁତୋଷ ମହାନ୍ତି ସର୍ବାଧିକ ୯୫% ନମ୍ବର ରଖି ବିଦ୍ୟାଳୟରେ ଟପର ହୋଇଛନ୍ତି। ତେବେ ଆଜି ଜଗତସିଂହପୁର ସାରସ୍ୱତ ପରିଷଦର ସଭାପତି ତଥା ଅବସର ପ୍ରାପ୍ତ ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ଆଶୁତୋଷ ଙ୍କ ଜୟବଡ଼ ସ୍ଥିତ ବାସଭବନ ରେ ପହଞ୍ଚି ଆଶୁତୋଷ ଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହ ଉତ୍ସାହିତ କରିଛନ୍ତି। ପ୍ରକାଶ ଥାଉକି, ଜଗତସିଂହପୁର ସାରସ୍ୱତ ପରିଷଦ ପୂଜ୍ୟପୂଜା ର ପରମ୍ପରା କୁ ବଜାୟ ରଖିବା ପାଇଁ ଜିଲ୍ଲାବ୍ୟାପୀ ଏଭଳି କାର୍ଯ୍ୟ ତୁଲାଇଥାଏ। ତେବେ ଆଜି ଆଶୁତୋଷ ଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆଗାମୀ ଦିନରେ ଆଶୁତୋଷ ନିଜ ମେଧାବୀ ଗୁଣର ପରିଚୟ ଦେଇ ଅଞ୍ଚଳ ତଥା ଜିଲ୍ଲା ପାଇଁ ଗୌରବ ଆଣିବେ ବୋଲି ଆଶାପୋଷଣ କରିଛନ୍ତି ପରିଷଦ ର ସଭାପତି ତଥା ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ। ଏହି ସମ୍ବର୍ଦ୍ଧନା ସମୟରେ ଆଶୁତୋଷ ଙ୍କ ବାପା ତଥା ସାମ୍ବାଦିକ ତାରାପଦ ମହାନ୍ତି, ମାତା ତଥା ଶିକ୍ଷୟତ୍ରୀ ସୁଚିସ୍ମିତା ଦାସ, ଅଜା ତଥା ପୂର୍ବତନ ବ୍ୟାଙ୍କ ଅଧିକାରୀ ଦୀନବନ୍ଧୁ ଦାସ ଓ ଆଇ ସଂଯୁକ୍ତା ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ।

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *