Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

କୋଦଳା ଏବଂ ବେଗୁନିଆପଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ ପାଳିତ 

 

ଜେ ବି ଏନ, ବ୍ରହ୍ମପୁର ( ଟୁକୁନା ପ୍ରଧାନ, ୨୬.୦୧.୨୦୨୧) -: ଗଞ୍ଜାମ ଜିଲ୍ଲା କୋଦଳା ଏନ୍ ଏ ସି ଓ ବେଗୁନିଆପଡା ବ୍ଲକ ର ବିଭିନ୍ନ ସ୍ଥାନରେ କୋଭିଡ୍ କଟକଣା ନିୟମାନୁଯାୟୀ ୭୨ ତମ ସାଧାରଣତନ୍ତ୍ର ଦିବସ ନିରାଡମ୍ବର ସହକାରେ ପାଳନ ହୋଇଯାଇଛି। କୋଦଳା ତହସିଲ କାର୍ଯ୍ୟାଳୟ ପରିସରରେ ରେ ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ, କୋର୍ଟ ନିକଟରେ ଜିଲ୍ଲା ଜର୍ଜ ମୁନ୍ ରାଣୀ ମିଶ୍ର,କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଡାକ୍ତର ସୁଜିତ କୁମାର ବେହେରା ,ବ୍ଲକ ଠାରେ ବି ଡି ଓ ବେଦବର ପ୍ରଧାନ ,ବେଗୁନିଆପଡା ଫାଣ୍ଡି ରେ ଏ ଏସ୍ ଆଇ ଶରତଚନ୍ଦ୍ର ମହାପାତ୍ର, କୋଦଳା ଥାନାରେ ଏ ଏସ୍ ଆଇ ଅନିଲ କୁମାର ସାହୁ, ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନଶିକ୍ଷକ ବିପ୍ର ଚରଣ ସାହୁ, ବି. ନୂଆଗାଁ ପଞ୍ଚାୟତ ରେ ସରପଞ୍ଚ କସ୍ତୁରୀ ପରିଡା, ଅଙ୍ଗାରଗାଁ ପଞ୍ଚାୟତ ରେ ସରପଞ୍ଚ ସରୋଜ କୁମାର ସାହୁ,ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସୁମଣ୍ଡଳ ରେ ମନୋଜ କୁମାର ସାହୁ, ସୁମଣ୍ଡଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ରାଜେନ୍ଦ୍ର ପ୍ରଧାନ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସେହିପରି ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବେସରକାରୀ ଅନୁଷ୍ଠାନ , ଯୁବକ ସଙ୍ଘ ଏବଂ ସ୍କୁଲ ଓ କଲେଜ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ନିରାଡମ୍ବର ସହକାରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ।