Spread the love

( କ୍ୟାନ୍ସର ପୀଡିତ ଙ୍କୁ ଆର୍ଥିକ ସହାୟତା ପ୍ରଦାନ )
ଜଗତସିଂହପୁର
ତା =21/1/23
ଜଗତସିଂହପୁର ବ୍ଲକ ମୁଦୁପୁର ପଞ୍ଚାୟତ ଶାସନ ଗ୍ରାମର ବୃଦ୍ଧା ଶରତ ମହାନ୍ତି ଅନେକ ବର୍ଷ ହେବ ଯକ୍ଷ୍ମା ରୋଗରେ ପୀଡିତ ହେବା ପରେ ମୁଣ୍ଡରେ ଏକ ବଥ ସୃଷ୍ଟି ହୋଇଥିଲା | କାଳକ୍ରମେ ଏହି ବଥ ଟି ଡାକ୍ତର ଙ୍କ ଦ୍ଵାରା ପରୀକ୍ଷା ନିରୀକ୍ଷା କରାଗଲା ପରେ କ୍ୟାନ୍ସର ହୋଇଥିବା ଡାକ୍ତର ପ୍ରକାଶ କରିଥିଲେ |ଶରତ ଙ୍କ ପରିବାର ଏଥିରେ ସମ୍ପୂର୍ଣ ଭାଙ୍ଗି ପଡ଼ିଥିଲେ | ଅନେକ ଅର୍ଥ ବ୍ୟୟ କରି ବଥ ଅସ୍ତ୍ରପ୍ରଚାର ମଧ୍ୟ୍ୟ କରିଥିଲେ | ହେଲେ ଆରୋଗ୍ୟ ହେବା ପରିବର୍ତ୍ତେ କ୍ୟାନ୍ସର ଜଟିଳ ରୂପ ନେଇଥିଲା ଯାହାଦ୍ୱାରା ଶରତ ଙ୍କ ର ଖାଦ୍ୟ ପେୟ ସମ୍ପୂର୍ଣ ବନ୍ଦ ହୋଇଯିବା ଦ୍ଵାରା ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ବେଳେ ଗଣ ମାଧ୍ୟମ ଜରିଆରେ ସୂଚନା ପାଇଁ ଖୋର୍ଦ୍ଧା ର ତ୍ରିଶକ୍ତି ଫାଉଣ୍ଡେସନ ର ମୁଖ୍ୟ ପରିଚାଳକ ଅକ୍ଷୟ କୁମାର ଦାସ ଏବଂ ସହଯୋଗୀ ମହେଶ ସାହୁ, ଅନିଲ ମହାପାତ୍ର, ପ୍ରମୁଖ ଏହି ଅସମୟ ରେ ଶରତ ଙ୍କ ପରିବାର କୁ ଶାନ୍ତନା ଦେବା ସହିତ ଆର୍ଥିକ ସହାୟତା, ଏବଂ ଏକ ମାସ ପାଇଁ ରେସନସାମଗ୍ରୀ ପ୍ରଦାନ କରିଛନ୍ତି | ଏଥିନେଇ ଅଞ୍ଚଳ ବାସୀ ତ୍ରିଶକ୍ତି ଫାଉଣ୍ଡେସନ ର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *