Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଖବର ପ୍ରସାରଣ ପରେ ମିଳିଲା ବାର୍ଦ୍ଧକ୍ୟ ଭତ୍ତା

ଜେ ବି ଏନ୍ ୨୮.୦୧.୨୦୨୧,(ରିପୋର୍ଟ ମଦନ ସାହୁ), ଅନୁଗୋଳ: ଅନୁଗୋଳ ଜିଲ୍ଲା ଅନୁଗୋଳ ବ୍ଲକ ଅଙ୍ଗାରବନ୍ଧ ପଞ୍ଚାୟତର ହିତାଧିକାରୀଙ୍କୁ ମିଳୁନି ଭତ୍ତା ସରକାରୀ ନିୟୁମ ଅନୁସାରେ ୬୦ ବର୍ଷରୁ ଭତ୍ତା ଯୋଗାର ଦିଆଯିବାର ନିୟମ ରହିଥିଲେ ମଧ୍ୟ କେତେକ ଯୋଗ୍ୟ ହିତାଧିକାରୀ ଏଥିରୁ ବଞ୍ଚିତ ହେଇଛନ୍ତି । ଯାହାର ନଗ୍ନ ଛବି ଦେଖିବାକୁ ମିଳିଥିଲା ଅନୁଗୋଳ ଜିଲ୍ଲା ଅଙ୍ଗାରବନ୍ଧ ପଞ୍ଚାୟତରେ ସୂଚନା ମୁତାବକ ଏହି ପଞ୍ଚାୟତର ରମେଶ ସାହୁ ବୟସ ୬୦ ଟପିଥିଲେ ମଧ୍ୟ ସେମାନ ଆଜି ପର୍ଯ୍ୟନ୍ତ ଭତ୍ତା ପାଇନଥିଲେ। ବାରମ୍ବାର ଅଭିଯୋଗ ସତ୍ୱେ କୌଣସି ପଦକ୍ଷେପ ନିଆଯାଇନଥିଲା। ପ୍ରଶାସନର ଅବହେଳା ସରପଞ୍ଚ ଓ ପଞ୍ଚାୟତ କାଯ୍ୟ ନିର୍ବାହୀ ଅଧିକାରୀଙ୍କ ମନମୂଖୀ କାଯ୍ୟ ଯୋଗୁଁ ଏଭଳି ହୋଇଥିବା ଜନସାଧାରଣରେ ଚର୍ଚ୍ଚା ହେଉଥିଲା। ଏଥି ପ୍ରତି ଜିଲ୍ଲାପାଳ ଦୁଷ୍ଟି ଦେବାକୁ ପଞ୍ଚାୟତ ବାସୀଙ୍କ ସମେତ ଦାବି କରିଥିଲେ।ତାଙ୍କର ଏହି ସମସ୍ୟା ଗତ କିଛି ଦିନ ତଳେ ନିୟୁଜରେ ଖବର ପ୍ରସାରଣ ହୋଇଥିଲା।ତେବେ ଖବର ପ୍ରସାରଣ ପରେ ତାଙ୍କୁ ପ୍ରଶାସନିକ ଅଧିକାରୀ ଙ୍କ ଦ୍ଵାରା ବାର୍ଦ୍ଧକ୍ୟ ଭତ୍ତା ଯୋଗାଇ ଦିଆଯାଇଛି।