Spread the love

* ଖମାର ହଳଦୀ ପଞ୍ଚାୟତ ସ୍ଥରୀୟ ଡ୍ରାଇଭର ସଙ୍ଘରୁ ଚତୁର୍ଥ ବର୍ଷ ବିଶ୍ୱକର୍ମା ପୂଜା ଓ ନୂଆଁ ଖାଇ ଭେଟ ଘାଟ ଅନୁଷ୍ଠିତ*

ଗୋଲାମୁଣ୍ଡା : ୧୮/୦୯/୨୦୨୫ ବିଶ୍ୱର ମଙ୍ଗଳ କାମନା ନିମନ୍ତେ ଆଜି ସାରା ରାଜ୍ୟରେ ବିଶ୍ଵକର୍ମା ପୂଜା ପାଳନ କରୁ ଥିବା ବେଳେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧୀନରେ ଥିବା ଖମାର ହଳଦୀ ଗ୍ରାମ ପଞ୍ଚାୟତର ପଞ୍ଚାୟତ ସ୍ଥରୀୟ ଚତୁର୍ଥ ବର୍ଷର ବିଶ୍ୱକର୍ମା ପୂଜା ଓ ନୂଆ ଖାଇ ଭେଟ ଘାଟ ଡ୍ରାଇଭର ସଙ୍ଘ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି, ଏହି ପରିପ୍ରେକ୍ଷୀରେ ଆଜି ଡ୍ରାଇଭର ସଙ୍ଘ ପକ୍ଷରୁ କିଛି ଜାଣିବାକୁ ପାଇ ଥିଲୁ ଯେ, ବିଶ୍ଵକର୍ମା ହେଉଛନ୍ତି ଯାନ୍ତ୍ରିକ, କୋଠା ବାଡି, ଓ ସେତୁ ନିର୍ମାଣ କରିବାରେ ତାଙ୍କୁ ଶିଳ୍ପ ଭାବରେ ଓ ଅନେକ ସରକାରୀ ଅଫିସରେ ପୁଜା କରି ଥାନ୍ତି,ତେଣୁ ତାଙ୍କର ଆଶୀର୍ବାଦ ବଳରେ ଆଗାମୀଦିନରେ ଅନେକ ଦୁର୍ଘଟଣା ରୁ ରକ୍ଷା ପାଇବୁ ସେଥି ପାଇଁ ସାରା ରାଜ୍ୟରେ ଡ୍ରାଇଭର ସଙ୍ଘ ନିଷ୍ଠାପର ସହିତ ବିଶ୍ଵକର୍ମା ମୂର୍ତ୍ତିରେ ପୂଜା ପାଳନ କରା ଯାଇଛି, ଏନେଇ ଗୋଲାମୁଣ୍ଡା ବ୍ଲକ ରୁ ସଙ୍ଘର ସଂପାଦକ ପକ୍ଷରୁ ଡମ୍ବରୁ ଧର ନାଏକ ଓ ସଭାପତି ସୁନୀଲ ହଂସ, ଓ ଶ୍ରୀ ମୁଖ ଗୋପାଳ ପ୍ରମୁଖ ଙ୍କ ଦ୍ଵାରା ପ୍ରତିକ୍ରିୟା ପ୍ରକାଶ ପାଇ ଥିଲା ବେଳେ ଅନ୍ୟତମ ହେଲେ ସମ୍ପାଦକ ରତନ ବାଗ, କୋଷାଧ୍ୟକ୍ଷ ଶ୍ରୀ ମୁଖ ଗୋପାଳ, ଉପ ସଭାପତି ବୈଚନ ପଟେଲ, ସହ ସମ୍ପାଦକ ଗଜିନ୍ଦ୍ର ନାଏକ, ଫିରୋଜ ନାଏକ, ତଥା ବହୁ ସଂଖ୍ୟକ ଭାବେ ଉପସ୍ଥିତି ଥିଲେ ଡ୍ରାଇଭର ପୂଜା କମିଟି ଏବଂ ପୁଜାରେ କର୍ତ୍ତା ଭାବେ ଶ୍ରୀମତୀ ଲକ୍ଷ୍ମୀପ୍ରିୟା ପଟେଲ ଓ ବୈଚନ୍ ପଟେଲ ଙ୍କ ଦ୍ଵାରା ପୂଜା ପାଳନ ହୋଇ ଥିଲା,ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କପୁରଚନ ସେଠିଆ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ ରିପୋଟର

Leave a Reply

Your email address will not be published. Required fields are marked *