Spread the love

*ପଞ୍ଚାୟତ ମହାବିଦ୍ୟାଳୟରେ “ଏକ୍ ପେଡ଼୍ ମା’ କେ ନାମ୍” କାର୍ଯ୍ୟକ୍ରମ*

କଳାହାଣ୍ଡି ଜିଲ୍ଲା ଧର୍ମଗଡ ୧୮/୦୯ ପଞ୍ଚାୟତ ମହାବିଦ୍ୟାଳୟ ଧର୍ମଗଡ଼ରେ “ଏକ୍ ପେଡ଼୍ ମା’ କେ ନାମ୍” ବା “ମା’ ଙ୍କ ନାମରେ ଗଛଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଏସ୍ ଜଗନ୍ନାଥ ରାଓ, ପ୍ରାଧ୍ୟାପକ ଲିଙ୍ଗରାଜ ପାତ୍ର, ସରୋଜ କୁମାର ପଣ୍ଡା, ନିମାଇଁ ଚରଣ ପାତ୍ର, ଅଧ୍ୟାପକ ଦୀନବନ୍ଧୁ ବାଗ, ଲିପୁଚନ୍ଦ୍ର ସାହୁ, ସଦୟ ପଧାନ, କାର୍ତ୍ତିକ ସାହୁଙ୍କ ସମେତ ସମସ୍ତ ଅଧ୍ୟାପିକା ମା’ଙ୍କ ନାମରେ ଓ ପୃଥିବୀ ମାତାର ସୁରକ୍ଷା ଉଦ୍ଦେଶ୍ୟରେ ବୃକ୍ଷରୋପଣ ପୂର୍ବକ ଏନ୍ ଏସ୍ ଏସ୍ ସ୍ୱେଚ୍ଛାସେବୀ ତଥା ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ବୃକ୍ଷରୋପଣ ପୂର୍ବରୁ ଓଡ଼ିଆ ଅଧ୍ୟାପକ ଗଣପତି ବାଗଙ୍କ ନେତୃତ୍ୱରେ ସମସ୍ତ ଅଧ୍ୟାପକ/ଅଧ୍ୟାପିକା ଓ ଛାତ୍ରଛାତ୍ରୀ ସମବେତ ଭାବରେ “ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା” ପାଇଁ ଶପଥ ନେଇଥିଲେ । ମହାବିଦ୍ୟାଳୟର ଏନ୍ ଏସ୍ ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଗଣପତି ବାଗଙ୍କ ନେତୃତ୍ୱରେ ବନ ମହୋତ୍ସବ ପାଳନ ସପ୍ତାହରୁ ଅଦ୍ୟାବଧି ସ୍ୱେଚ୍ଛାସେବୀ ମାନେ ୧୫୦ ଚାରା ରୋପଣ କରି ସାରିଛନ୍ତି ଓ ୫୦ ଟି ଚାରା ଛାତ୍ରଛାତ୍ରୀ ଓ ଅଧ୍ୟାପକ/ଅଧ୍ୟାପିକାଙ୍କୁ ବିତରଣ କରାଯାଇଥିବା ଦେଖିବାକୁ ମିଲିଛି। କଳାହାଣ୍ଡି ଜୁନାଗଡ଼ ରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।

Leave a Reply

Your email address will not be published. Required fields are marked *