Spread the love

ଖରସ୍ରୋତା ମହାବିଦ୍ୟାଳୟର 44 ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବିଷୟ——– ଯାଜପୁର ଜିଲ୍ଲା ବିଂଝାରପୁର ବ୍ଳକ ଅନ୍ତର୍ଗତ ସିଂହପୁର ଠାରେ ଥିବା ଖରସ୍ରୋତା ମହାବିଦ୍ୟାଳୟର 44 ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ କଲେଜର ଛାତ୍ରିଥିବା ରାଜସ୍ବ ,ବିପର୍ଯ୍ୟୟ ଓ ପ୍ରଶମନ୍ନ ମନ୍ନୀ ପ୍ରମିଳା ମଲ୍ଲୀକ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ରଞ୍ଜିତା ଦାସ,ଜିଲ୍ଲାପରିଷଦ ସଭ୍ୟ ନନ୍ଦ କିଶୋର ସାମଲ,କଲେଜ ପରିଚାଳନା କମିଟିର ସଭାପତି ପ୍ରମୋଦ କୁମାର ସାହୁ,ମୁଖ୍ୟବକ୍ତା ଭାବେ ଲେଖକ ଓ ବିଜେପି କଲେଜର ପ୍ରଧ୍ୟାପକ ଅଭିରାମ ବିଶ୍ଵାଳ ପ୍ରମୁଖ ଯୋଗଦେଇଥିଲେ ।କଲ୍ଚରାଲ ଆସୋସିଏସନ୍ର ର ଉପସଭାପତି ଅଧ୍ୟାପକ ଶ୍ରୀକାନ୍ତ ନାୟକ,ମିହୀର କୁମାର ରାଉତ,ପୂର୍ଣ୍ଣଚନ୍ଦ୍ର ସାମଲ,ଗଗନ ବିହାରି ବେହେରା,ଜ୍ୟୋତିପ୍ରଭା ମହାନ୍ତି,ଅପିତାସ୍ବାଇ ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ କହିଥିଲେ ଯେ ପାଠର ଆବଶ୍ୟକତା ଓ ଶୃଙ୍ଖଳା ବିଷୟରେ କହିଥିଲେ ।ଭଲ ମଣିଷ ହେବାପାଇଁ ଆଶା ଓ ବିଶ୍ବାସ ରହିଲେ ଜଣେ ଭଲ ମଣିଷ ହୋଇପାରିବ ।ଏହି ଅବସରରେ ବିଭିନ୍ନ ବିଭାଗର କୃତି ଛାତ୍ର ଛାତ୍ରୀଙ୍କୁ ମୁଖ୍ୟ ଅତିଥି ମନ୍ତ୍ରୀ ପ୍ରମିଳା ମଲ୍ଲୀକ ମାନପତ୍ର ଓ ଉପଢୈକନ ଦେଇ ସମ୍ମାନିତ କରିଥିଲେ ଏବଂ କଲେଜର ପୃର୍ବତନ ଅଧ୍ୟକ୍ଷ,ଗ୍ରାନ୍ଥଗାରିକା ଓ କର୍ମଚାରିଙ୍କୁ ମାନପତ୍ର ଓ ଉପଢୈକନ ଦିଆଯାଇ ସମ୍ମାନିତ କରାଯାଇ ଥିଲା ।ଶେଷରେ ଛାତ୍ରୀ ମାନଙ୍କ ଦ୍ଵାରା ସାସ୍କୁତିକ କାର୍ଯ୍ୟକ୍ରମ କରାଯାଇ ଥିଲା ।

ଯାଜପୁରରୁ ସରୋଜ ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *