ଖାଉଟି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଜେ ବି ଏନ୍,୬/୦୨/୨୦୨୧:(ରିପୋର୍ଟ ମଦନ ସାହୁ(ଅନୁଗୋଳ ମହିଧପୁର ୫/୦୨/୨୦୨୧ ଶୁକବାର ଦିନ ୧୧ ଟା ସମୟରେ ମହିଧରପୁର ପଞ୍ଚାୟତର ତାଲିମ୍ ଗୁହରେ ସ୍ୱଛେସେବୀ ସଂଗଠନ ପିରଣ ଆନୁକୂଲ୍ୟରେ ଏକ ଖାଉଟି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ୮୫ ଜଣ ଉପଭୋକ୍ତା ଯୋଗଦାନ କରିଥିଲେ ଏହି କାର୍ଯ୍ୟକ୍ରମରେ ନିୟନ୍ତ୍ରଣ ଓଜନ ମାପ ଅଧିକାରୀ ଶ୍ରୀଯୁକ୍ତ ନିବାସ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ।
ଓ ଉପ ଯୋଗାଣ ଅଧିକାରୀ ଶ୍ରୀଯୁକ୍ତି ଶ୍ରୀନିବାସ ମିଶ୍ର ମୁଖ୍ୟ ଅତିଥି ଭାବେ ନିଜର ମତାମତ ପ୍ରଦାନ କରିଥିଲେ।
ଏତତ୍ ମାପ ଓ ଓଜନ ନିରୀକ୍ଷକ ବିଜୟ କୁମାର ନାୟକ ଓ ରାମଚନ୍ଦ୍ର ସାହୁ କଯ୍ୟକ୍ରମରେ ଯୋଗଦାନ କରି ଉପଭୋକ୍ତାଙ୍କ ସହିତ ପ୍ରଶ୍ନ ଉତ୍ତର ମଧ୍ୟରେ ଖାଉଟି ସୁରକ୍ଷା ପାଇଁ ଥିବା ଆଇନଗତ ସମ୍ବନ୍ଧରେ ବୁଝାଇଥିଲେ।
ଏଥି ସହିତ ଖାଉଟି ସମସ୍ୟ ଓ ସମାଧାନର ଭାରପ୍ରାପ୍ତ ସଭାପତି ଶ୍ରୀଯୁକ୍ତ କଲ୍ୟାଣ ମହାନ୍ତି ଯୋଗଦାନ କରି ସମସ୍ତ ସମସ୍ୟାକୁ କିପରୀ ସମାଧାନ କରାଯାଇ ପାରିବ ସରଳ ଭାବେ ବୁଝାଇଥିଲେ। ମହିଧରପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ବିନୋଦ କୁମାର ବେହେରା ଉପଭୋକ୍ତା ଓ ସରକାରୀ କର୍ମଚାରୀ ମଧ୍ୟରେ ସମନୂୟ ଅଭାବ ହୋଇଥିବାରୁ ଉପଭୋକ୍ତା ମନେ କିପରୀ କ୍ଷତିର ଶିକାର ହେଇଛନ୍ତି ମତାମତ ଦେଇଥିଲେ। କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ସମ୍ପାଦକ ଶ୍ରୀଯୁକ୍ତ ବସନ୍ତ କୁମାର ସାହୁ କାର୍ଯ୍ୟକ୍ରମରେ ଅଭିମୁଖେ ଓ ଉପସଭାପତି ଶ୍ରୀଯୁକ୍ତ ଅମର କୁମାର ଦାସ ମହୋଦୟ ଶିବିର ପରିଚାଳନା କରିଥିଲା ପରିବେଶର ଅନୁଷ୍ଠାନର ଉପଦେଷ୍ଟା ବିଜୟନନ୍ଦ ସାହୁ କାର୍ଯ୍ୟକ୍ରମ ମୂଲ୍ୟାଙ୍କନ୍ କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।
