
ବନ୍ଦା ପ୍ରାଥମିକ କୃଷି ସମବାୟ ସମିତିରେ ବ୍ୟାପକ ଅନିୟମିତତା
ଜେ ବି ଏନ( ସୁଶାନ୍ତ କୁମାର/ ବିନୋଦ କୁମାର) ୦୬/୦୨ /୨୦୨୧ ଅନୁଗୋଳ : ଧାନ ୧କୁଇଣ୍ଟାଲ ପିଛା ୧୮୬୮ଟଙ୍କା ମିଲର ଚାଷୀକୁ ଦେଉଥିବା ଜଣାପଡିଛି। ଧାନର ମାନ ଠିକି ସେ ଯାଞ୍ଚ କରାଯାଉନାହିଁ। ବନ୍ଦା ସମବାୟ ସମିତିରେ ବ୍ୟାପକ ଅନିୟମିତତା ନେଇ ଅଭିଯୋଗ ଆସିଛି। ଚାଷୀମାନଙ୍କ ଠାରୁ ନେଉଥିବା ୧କୁଇଣ୍ଟାଲ ଧାନରୁ ପ୍ରାୟ ୩କିଲୋ ମାଡି ଗୁଡି ବାଲି ଧୂଳି କହି ମିଲର କାଟୁଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି। ୧ କୁଇଣ୍ଟାଲ ଧାନ ନେଇ ୯୭କିଲୋ ଧାନର ମିଲର ଟଙ୍କା ଦେଉଥିବା ଜଣାପଡିଛି। କିନ୍ତୁ ସରକାର କହୁଛନ୍ତି ଧାନ ବସ୍ତା ଚାଷୀ ଦେବେ ନାହିଁ କିନ୍ତୁ ଏଠି ଚାଷୀ ନିଜେ ବସ୍ତା କିଣି ଧାନ ଦେଉଛି। ବସ୍ତା ଗୋଟିକ ପ୍ରାୟ ୨୫ ରୁ ୩୦ଟଙ୍କାରେ କ୍ରୟ କରି ଅଧିକା ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ ଆସିଛି। ଚାଷୀ ମାନଙ୍କ କହିବା କଥା ବସ୍ତାରେ ଧାନ ନଦେଲେ ଆମେ ତୁମ ଧାନ ନେବୁ ନାହିଁ ବୋଲି ମିଲର ସିଧା ସଳଖ କହୁଛନ୍ତି। ଏନେଇ ଆମେ ବନ୍ଦା ପ୍ରାଥମିକ କୃଷି ସମବାୟ ସମିତିର ସେକ୍ରେଟାରୀଙ୍କ ମତାମତ ଲୋଡିଥିଲୁ, ତାଙ୍କର କହିବା କଥା କି ଆମେ ବସ୍ତାରୁ କାଟୁଥିବା ୩ କିଲୋ ଧାନରୁ ପ୍ରାୟ ୭୦୦ ଗ୍ରାମ ଛାଡି ଦେଉଛି କିନ୍ତୁ ଚାଷୀ ମାନେ ଛାଡୁ ନାହାଁନ୍ତି ବୋଲି ସଫେଇ ଦେଇଛନ୍ତି। ଖୋଲମ ଖୋଲା ଧାନ ମିଲର ଅନିୟମିତତା କରି ଚାଷୀଙ୍କୁ ଠକୁଥିଲେ ମଧ୍ୟ କେହି ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ପଡୁନାହିଁ ବୋଲି କିଛି ଚାଷୀ ଅଭିଯୋଗ କରିଛନ୍ତି। ଚାଷୀ ହସିଲେ ଦେଶ ହସିବ। କୃଷକମାନେ ହେଉଛନ୍ତି ଦେଶର ମେରୁଦଣ୍ଡ ।
ସେମାନଙ୍କର ଆର୍ଥିକ ସ୍ଥିତି ସୁଧୁରିଲେ ଯାଇ ଦେଶର ପ୍ରଗତି ହେବ। ଏପରି ସ୍ଥଳେ ଧାନ ମଣ୍ଡିରେ ଚାଷୀଙ୍କୁ ମିଲର ଠକୁଥିବା ଦେଖିବାକୁ ମିଳିଛି। ଚାଷୀଙ୍କ ଠାରୁ ଅଧିକ ରୋଜଗାର କରିବା ଆଶାରେ ଅଭିନବ ପ୍ରୟାସ ଆପଣେଇଛି ମିଲର। ଏଥିପ୍ରତି ଦୃଷ୍ଟି ଦେଇ ଚାଷୀମାନଙ୍କ ସୁବିଧା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି। ଏଠି ପ୍ରଶ୍ନ ଉଠେ କାହା ସାହସରେ ମିଲର ଠକୁଛି ଚାଷୀଙ୍କୁ। କାହିଁକି ଦୃଷ୍ଟି ଦେଉନାହାନ୍ତି ପ୍ରଶାସନିକ ଅଧିକାରୀ। ଚାଷୀଙ୍କୁ ଠକୁଥିବା ମିଲରଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେବ ତ । ଚାଷୀଙ୍କ ଧାନ ନେଇ ରୋଜଗାର କ୍ଷମ ହେଉଥିବା ମିଲରଙ୍କ ପ୍ରତି ଏତେ ଦରଦ କାହିଁକି। ତୁରନ୍ତ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦିଅନ୍ତୁ ବୋଲି ଚାଷୀ ନିବେଦନ କରିଛନ୍ତି। ସୂଚନା ଅଧିକାର ଆଇନର ତଥ୍ୟ, ମିଲରଙ୍କ କଥା ଓ ସମବାୟ ସମିତିର କଥା କାହାରି କଥାରେ କେମିତି ତାଳମେଳ ରହୁନି ତାହା ବଡ଼ ପ୍ରଶ୍ନବାଚୀ।
