Spread the love

ଖାତାକୁ ଗଲା ସୁଭଦ୍ରାର ୫ମ କିସ୍ତି, ୧ କୋଟିରୁ ଅଧିକ ହିତାଧିକାରୀଙ୍କୁ ମିଳିଲା ସହାୟତା

ନୟାଗଡ଼: ଗହ୍ମାପୂର୍ଣ୍ଣିମା ଅବସରରେ ରାଜ୍ୟର ମହିଳାମାନଙ୍କ ପାଇଁ ଆସିଲା ବଡ଼ ଖୁସି ଖବର। ନୟାଗଡ଼ ଜିଲା ଲାଠିପଡ଼ାରେ ଆୟୋଜିତ ରାଜ୍ୟସ୍ତରୀୟ ‘ସୁଭଦ୍ରା ମେଳା’ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁଭଦ୍ରା ଯୋଜନାର ୫ମ କିସ୍ତି ଅନୁଦାନ ପ୍ରଦାନର ଶୁଭାରମ୍ଭ କରିଛନ୍ତି।

ଏହି ପର୍ଯ୍ୟାୟରେ ରାଜ୍ୟର ୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ଜଣ ହିତାଧିକାରୀଙ୍କୁ ୫ ହଜାର କୋଟିରୁ ଅଧିକ ଟଙ୍କା ଆର୍ଥିକ ସହାୟତା ଭାବେ ପ୍ରଦାନ କରାଯାଇଛି। ଏଥିରେ ନୟାଗଡ଼ ଜିଲାର ୨ ଲକ୍ଷ ୩୩ ହଜାର ୫୮୫ ଜଣ ହିତାଧିକାରୀ ସାମିଲ ଅଛନ୍ତି।

ଲାଠିପଡ଼ାରେ ଆୟୋଜିତ ରାଜ୍ୟସ୍ତରୀୟ ସୁଭଦ୍ରା ମେଳାରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲାର ସୁଭଦ୍ରା ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମକୁ ଅନ୍ୟ ଜିଲାର ହିତାଧିକାରୀମାନେ ଲାଇଭ୍‌ ଷ୍ଟ୍ରିମିଂ ମାଧ୍ୟମରେ ଦେଖିଥିଲେ।

କାର୍ଯ୍ୟକ୍ରମରେ ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପୁରୀ ଏମ୍‌ପି ସମ୍ବିତ ପାତ୍ର, କନ୍ଧମାଳ ଏମ୍‌ପି ସୁକାନ୍ତ ପାଣିଗ୍ରାହୀ, କଟକ ଏମ୍‌ପି ଏବଂ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁଙ୍କ ସମେତ ବହୁ ନେତା ଓ ଅଧିକାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *