Spread the love

ଖୁଡୀ ଝିଆରୀଙ୍କୁ ବେକରେ ଛୁରୀ ଲଗାଇ ଟଙ୍କା ସୁନା ଲୁଟ

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଗଡସନ୍ତ୍ରୀ ପଞ୍ଚାୟତ ର ଭାଗବତପୁର ଗ୍ରାମରେ ସନ୍ଧ୍ୟା ସମୟରେ ଖୁଡୀ ଓ ଝିଆରୀଙ୍କୁ ଛୁରୀ ଲଗାଇ ଟଙ୍କା, ସୁନା ଲୁଟ ଅଭିଯୋଗ। ଲୁଟ ର ଶିକାର ହୋଇଛନ୍ତି ବିଜୟ ଭୁତିଆ ଙ୍କ ପରିବାର। ସୂଚନା ମୁତାବକ ସନ୍ଧ୍ୟା ୮.୨୦ ଘଟିକା ସମୟରେ ଏହିପରି ଅଘଟଣା ଘଟିଛି। ଖୁଡୀ, ଝିଆରୀ, ଦୁଇ ଛୁଆ ଙ୍କୁ ନେଇ ଘରେ ଉପସ୍ଥିତ ଥିଲେ। ଘର ମଧ୍ୟକୁ ପ୍ରାୟ ୫ରୁ ଉର୍ଦ୍ଧ ବ୍ୟକ୍ତି ପ୍ରବେଶ କରି ଭିତର ପାଖରୁ କବାଟ ବନ୍ଦ କରି ଖୁଡୀକୁ ମୁହଁ ରେ ଟେପ୍ ବାନ୍ଧି ହାତ କୁ ବାନ୍ଧି ପିଟିବା ସହ ଝିଆରୀ ର ବେକରେ ଛୁରୀ ଲଗାଇ ଛୁଆ ଙ୍କୁ ହତ୍ୟା ଧମକ ଦେବା ସହ ନଗଦ ୪ ଲକ୍ଷ ଟଙ୍କା ଓ ପ୍ରାୟ ୭ ଲକ୍ଷ ଟଙ୍କା ର ସୁନା ଅଳଙ୍କାର ଲୁଟି ଫେରାର ହୋଇଯାଇଥିଲେ। ଲୁଟ ସମ୍ବନ୍ଧରେ ଗ୍ରାମରେ ଜଣାଇବା ପରେ ଗ୍ରାମ ବାସୀ ଥାନା କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଆଡିସନାଲ ଏସ୍ପି ଭର୍ଷିତା ଆଡେପୁ, ଏସଡିପିଓ ରମାକାନ୍ତ ମହାଳିକ, ଥାନା ଅଧିକାରୀ ଦୁଷ୍ମନ୍ତ କୁମାର ସିଂହ, ଏସ ଆଇ ଅମିତ୍ ମିଶ୍ର, ଏଏସଆଇ ଜେ କେ ସାଏ, ଏ ଏସ୍ ଆଇ ବିଜୟଲକ୍ଷ୍ମୀ ନାୟକ ପହଞ୍ଚି ଲୁଟ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *