Spread the love

୧୮ ପଦକ ହାତେଇ ପୁଣି ଚମକିଲେ ଢେଙ୍କାନାଳ ଡ଼ାଇମଣ୍ଡ କିକ୍ ବକ୍ସିଂ ଦଳଉତ୍ସାହିତ କରାଇଲେ ସାଂସଦ,ବିଧାୟକ ଓ ଜିଲ୍ଲାପରିଷଦ

ହିନ୍ଦୋଳ – ଦିଲ୍ଲୀର କେ.ଡି ଯାଦବ ଇଣ୍ଡୋର୍ ଷ୍ଟାଡିୟମର ଇନ୍ଦିରା ଗାନ୍ଧୀ ସ୍ପୋର୍ଟସ କମ୍ପ୍ଲେକ୍ସରେ ଆୟୋଜିତ ହୋଇଥିବା ୪ର୍ଥ ୱାକୋ ଇଣ୍ଡିଆ ଆନ୍ତର୍ଜାତିକ କିକ୍କ ବକ୍ସିଂରେ ଢେ଼ଙ୍କାନାଳ ଡ଼ାଇମଣ୍ଡ କିକ୍ ବକ୍ସିଂ ଆସୋସିଏସନ ୧୮ ଟି ପଦକ ହାସଲ କରି ସାରା ରାଜ୍ୟକୁ ଗୌରବ୍ବାନିତ୍ଵ କରାଇଛନ୍ତି।ଏହି ଟୁର୍ଣ୍ଣାମେଣ୍ଟରେ ଢେଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଂ ଆସୋସିଏସନର ମୋଟ ୧୮ଟି ପଦକ ରୁ ୮ଟି ସ୍ଵର୍ଣ୍ଣ ପଦକ (୬ଟି ବ୍ୟକ୍ତି ଗତ ଏବଂ ୨ ଦଳ ଗତ ଭାବରେ) ୫ଟି ରୌପ୍ୟ ପଦକ,୫ଟି କାଂସ୍ୟ ପଦକ ହାସଲ କରିଛନ୍ତି । ବାଳକ ବିଭାଗରେ ସୁଶିଲ କୁମାର ରାଉତ ୨ଟି ସ୍ଵର୍ଣ୍ଣ ପଦକ,ଚନ୍ଦନ ସାହୁ ୧ଟି ସ୍ଵର୍ଣ୍ଣ ,୧ଟି କାଂସ୍ୟ ପଦକ,ଯୋଗେଶ୍ଵର ସାହୁ ୧ଟି ସ୍ଵର୍ଣ୍ଣ ୧ଟି କାଂସ୍ୟ ପଦକ,ସୁଧିନ୍ଦ୍ର ନାଥ ପଟ୍ଟନାୟକ ୧ଟି ସ୍ଵର୍ଣ୍ଣ ,୧ଟି ରୌପ୍ୟ, ୧କାଂସ୍ୟ ପଦକ,ବାଳିକା ବିଭାଗରେ ସ୍ମୁତି ଭୋଇ ୧ଟି ରୌପ୍ୟ,୨ଟି କାଂସ୍ୟ ପଦକ,ମାନସୀ ସାହୁ ୧ ରୌପ୍ୟ,୨କାଂସ୍ୟ, ରୋସନି ବେଗମ୍ ୧ଟି ସ୍ଵର୍ଣ୍ଣ,୧ଟି ରୌପ୍ୟ ଏବଂ ୧ଟି କାଂସ୍ୟ ପଦକ ଏବଂ ଟିମ୍ ପଏଣ୍ଟ ଫାଇଟରେ ସ୍ୱର୍ଣ୍ଣ ଏବଂ ଟିମ୍ ମ୍ୟୁଜିକାଲ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଏବଂ ମିହିର କୁମାର ସାହୁ ଟିମ୍ କୋଚ୍ ଭାବରେ ଯୋଗ ଦେଇଥିଲେ।ଏହି ଚାମ୍ପିଅନସିପ୍ ପାଇଁ ଦଳରେ ଖେଳାଳୀ ମାନେ କଠିନ ଅଭ୍ୟାସ କରିଛନ୍ତି,ତେଣୁ ପ୍ରତି ଥର ପରି ଏଥର ମଧ୍ୟ ଖେଳାଳୀମାନେ ଭଲ ପ୍ରଦର୍ଶନ କରି ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି ।ଏହି ଅବସରରେ ଢେଙ୍କାନାଳ ଜିଲ୍ଲାପାଳ,ହିନ୍ଦୋଳ ଉପ-ଜିଲ୍ଲାପାଳ,ହିନ୍ଦୋଳ ତହସିଲଦାର, ଜିଲ୍ଲା କ୍ରୀଡ଼ା ଅଧିକାରୀ,ୟୁକୋ ବ୍ୟାଙ୍କ ଜିଲ୍ଲା ଏଲ୍ ଡି ଏମ ଦେବାଶିଷ କୁଣ୍ଡୁ,ଶାଖା ପରିଚାଳକ ଅମ୍ରିତ୍ ମହାନ୍ତି ଓ ଶୁକଦେବ ସାହୁ ,ସାଂସଦ ରୁଦ୍ରପାଣି, ହିନ୍ଦୋଳ ବିଧାୟିକା ସିମାରଣି ନାୟକ,ପରଜଙ୍ଗ ବିଧାୟକ ବିଭୁତି ଭୁଷଣ ପ୍ରଧାନ,କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା, ,ସମାଜସେବୀ ରାମ ପାତ୍ର,ଜିଲ୍ଲା ପରିଷଦ ପ୍ରମୁଖ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଢେଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଂ ଆସୋସିଏସନର ସଭାପତି ଶଶିକାନ୍ତ ଗଡନାୟକ,ଉପ ସଭାପତି ସନ୍ତୋଷ ବେହେରା,ସମ୍ପାଦିକା କ୍ରିତିରାଣୀ ସାହୁ,ଯୁଗ୍ମ ସମ୍ପାଦକ,କୋଷାଧ୍ୟକ୍ଷ ସମସ୍ତ ଖେଳାଳୀ ମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *