Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଗଙ୍ଗାପୁରରେ ପାନୀୟ ଜଳ ପ୍ରକଳ୍ପର ଉଦଘାଟନ କଲେ ବିଧାୟିକା

 

ବ୍ରହ୍ମପୁର ( ଟୁକୁନା ପ୍ରଧାନ, ୨୯.୦୧.୨୦୨୧) -: ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ଗଙ୍ଗାପୁର ଠାରେ ୨୦ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଏକ ମେଗା ପାନୀୟ ଜଳ ପ୍ରକଳ୍ପର ଉଦଘାଟନ ହୋଇଯାଇଛି । କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଏହି ପ୍ରକଳ୍ପ ର ଶୁଭ ଉଦ୍ଘାଟନ କରିବା ସହ ଗ୍ରାମର ପ୍ରତି ପରିବାରକୁ ପାନୀୟ ଜଳଯୋଗାଣ ଉପରେ ଗୁରୁତ୍ଵାରୋପ କରିଛନ୍ତି ।ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ଶତ ପ୍ରତିଶତ ପରିବାର ପାନୀୟ ଜଳ ପାଇବେ ବୋଲି କହିଛନ୍ତି ବିଧାୟିକା ଲତିକା ପ୍ରଧାନ ।ଦୀର୍ଘ ଦିନ ଧରି ଏଠାରେ ପିଇବା ପାଣି ପାଇଁ ଅସୁବିଧା ଥିବା ବେଳେ ଏବେ ଏହି ପ୍ରକଳ୍ପ ହେବା ପରେ ଲୋକଙ୍କ ଅସୁବିଧା ଦୂର ହେବ ବୋଲି ସେ କହିଛନ୍ତି । ଆଜି ଗଙ୍ଗାପୁର ଠାରେ ଯୁବ ନେତା ତଥା ସମିତି ସଭ୍ୟ ପ୍ରଦୀପ ଗୌଡ଼ଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି ଉଦଘାଟନୀ ଉତ୍ସବରେ ବିଧାୟିକାଙ୍କ ସହ ବ୍ଲକ ଅଧ୍ୟକ୍ଷ ସନ୍ତୋଷ କୁମାର ପାଢ଼ୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସୁଦେବ ନାୟକ, ଜିଲ୍ଲା ପରିଷଦ ସଭ୍ୟା ଟି. ଭାରତୀ ପ୍ରଧାନ, ସରପଞ୍ଚ ନିରଞ୍ଜନ ଗୌଡ଼, ପୂର୍ବତନ ଏନ୍ଏସି ଅଧ୍ଯକ୍ଷ ମନୋରଞ୍ଜନ ମହାପାତ୍ର, ମହିଳା ନଗର ସଭାପତି ତଥା ପୂର୍ବତନ ନଗର ପାଳିକା ଲକ୍ଷ୍ମୀପ୍ରିୟା ସାହୁ, କବିସୂର୍ଯ୍ୟନଗର ବିଜେଡି ସଭାପତି ଭଗବାନ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଏଥି ସହିତ ଜୟ ବଜରଗଂ ବାଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ କୁ ମଧ୍ୟ ଉଦଘାଟନ କରିଥିଲେ ବିଧାୟିକା।ଏହି କାର୍ଯ୍ୟକ୍ରମରେ ସିନେ ତାରକା ଶୁଭାଶିଷ ଶର୍ମା (ମଣ୍ଟୁ)ଓ ସୂର୍ଯ୍ୟନାରାୟଣ ଦୋରା ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଶାନ୍ତି ଶୃଙ୍ଖଳାର ସହ ପ୍ରତିଟି କ୍ରିକେଟ ଟିମକୁ ସୌହାର୍ଯ୍ୟପୂଣ୍ଣ ବାତାବରଣରେ ତଥା ଭାଇଚାରା ବଜାୟ ରଖି ଖେଳନ୍ତୁ ବୋଲି କହିଥିଲେ ବିଧାୟିକା ।