Spread the love

ଗଜମରା ବାର୍ଷିକ ଅଷ୍ଟପ୍ରହର ନାମଯଜ୍ଞ ଉଦ୍‌ଯାପିତ

ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ଗଜମରା ଗ୍ରାମରେ ଅନୁଷ୍ଠିତ ଅଷ୍ଟପ୍ରହର ନାମଯଜ୍ଞ ଉଦ‌ଯାପିତ ହୋଇଯାଇଅଛି। ସ୍ଥାନୀୟ ଗଜମରା ପୋଇଝର ଠାରୁ ପୂଜାର୍ଚ୍ଚନା କରାଯାଇ ସଂକୀର୍ତନ ମଣ୍ଡଳୀ ଦ୍ବାରା ଗ୍ରାମ ପରିକ୍ରମା କରାଯାଇ ପୀଠରେ ସ୍ଥାପନ କରାଯିବା ପରେ ଅଧୁବାସ ପୂଜା ସହିତ ଅଖଣ୍ଡଦୀପ ସ୍ଥାପନ କରାଯାଇଥିଲା । ୭ ତାରିଖ ଦିନ ନାମଯଜ୍ଞ ଓ ହରିହାଟ ଅନୁଷ୍ଠିତ ହୋଇଥିଲା । ଉକ୍ତ ନାମଯଜ୍ଞରେ ଛପନ ଭୋଗ ଲାଗି କରାଯାଇଥିଲା। ଅଦ୍ୟ ୮ ତାରିଖରେ ବୈଠକ କୀର୍ତନ ଓ ନଗର ଭ୍ରମଣ ସହିତ ଏକ ହଜାରରୁ ଉର୍ଦ୍ଧ୍ବ ଭକ୍ତ ପ୍ରସାଦସେବନ କରିଥିଲେ । ଏହି ନାମଯଜ୍ଞରେ ଆଖପାଖ ଅଂଚଳର ୧୦ଦଳ ସଂକୀର୍ତନ ମଣ୍ଡଳୀ ଯୋଗଦେଇଥିବା ବେଳେ ବୈଠକ କୀର୍ତନରେ ୮ଦଳ ସଂକୀର୍ତନ ମଣ୍ଡଳୀ ଯୋଗଦେଇଥିଲେ । ପୂଜକ ବାବାଜୀ ଶ୍ରୀଧର ଦାସ, କର୍ତା ନବକିଶୋର ସାଇଁ ସମସ୍ତ ପୂଜା ସମ୍ପାଦନ କରୁଥିବାବେଳେ ସଭାପତି ଯୋଗେନ୍ଦ୍ର ସାଇଁ, ସମ୍ପାଦକ ବିପିନି ବିହାରୀ ସାଇଁ, କଳସଧାରୀ ବେଣୁଧର ସାହୁ, ଆକାଶ ସାଇଁ, ତପନ ସାଇଁ ଓ ମନୋଜ ବେହେରା, କୀର୍ତନ ମଣ୍ଡଳୀ ସଭାପତି ଧରଣୀଧର ବେହେରା, ଗ୍ରାମର ସଂଜୟ ନାୟକ, ସନାତନ ବେହେରା, ଶିବରାମ ସାଇଁ, ସିବାନନ୍ଦ ସାଇଁ, ବସନ୍ତ ବେହେରା, ଅଲେଖ ସାଇଁ ଓ ଶ୍ରୀନିବାସ ବେହେରା ପ୍ରମୁଖଙ୍କ ସହିତ ଗଜମରା ଗ୍ରାମବାସୀବୃନ୍ଦ ଉକ୍ତ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *