Spread the love

ଗଞ୍ଜେଇ ଚାଲାଣ ବେଳେ ପୋଲିସ ଚଢ଼ାଉ, 2 ଟି କାର ସହ 4 ଗିରଫ

ପାଲଲହଡା ପୋଲିସ 149 ନମ୍ବର ଜାତୀୟ ରାଜପଥ ରେ ଗାଡି ଯାଞ୍ଚ କରୁଥିବା ସମୟରେ ଛେଣ୍ଡିପଦା ରୁ କେନ୍ଦୁଝର ଯାଉଥିବା ଏକ ଟାଟା ଇଣ୍ଡିଗୋ କାର ନମ୍ଵର୍ OR19L 4034 ରେ
ଗଞ୍ଜେଇ ଚୋରାଚାଳଣ ହେଉଥିବା ବେଳେ ପାଲଲହଡା ପୋଲିସ ଗାଡି କୁ ଅଟକାଇବା ବେଳେ ଗାଡିଟି ଧୃତ ଗତିରେ କେନ୍ଦୁଝର ଆଡକୁ ଚାଲିଯାଇଥିଲା। ପାଲଲହଡା ପୋଲିସ ଗାଡି କୁ ପିଛା କରି ଜାତୀୟ ରାଜପଥ ମୁକ୍ତାପୁର ନିକଟ ରେ ଗାଡିକୁ ଧରିଥିଲେ। ଗାଡ଼ିରେ ଦୁଇ ଜଣ ଯୁବକ ଥିବା ବେଳେ ଜଣକୁ କାବୁ କରିଥିବା ବେଳେ ଜଣେ ଫେରାର ହୋଇଯାଇଥିଲା। ଅନ୍ୟ କାର ଟାଟା ଓଲଟସ ଗାଡି ନମ୍ବର OD 02ବିପି 0207 ଏହି ଗାଡି ପେଟ୍ରୋଲିଙ୍ଗ କରି ଅନ୍ୟ ଗଞ୍ଜେଇ ଗାଡିକୁ ନେଉଥିବା ଜାଣି ପୋଲିସ ସେ ଗାଡିକୁ ମଧ୍ୟ ଜବତ କରିଥିଲେ. ସେହି ଗାଡ଼ିରୁ ୩ ଜଣକୁ ପୋଲିସ କାବୁ କରିଥିଲା। ଆଜି ସମସ୍ତ 4 ଜଣ ଆସାମୀ କୁ ପାଳଲହଡା ପୋଲିସ ଗିରଫ କରି ତାଳଚେର କୋର୍ଟକୁ ଚାଲାଣ କରିଥିବା ଜଣା ପଡିଛି.। ଦୁଇଟି କାର ସହ ୫୨ କେଜି ୫୭୨ ଗ୍ରାମ ଗଞ୍ଜେଇ ଆନୁମାନିକ ମୂଲ୍ୟ ୪ଲକ୍ଷ ୫୦ ହଜାର ଟଙ୍କା ଜବତ କରିଥିବାବେଳେ,
ଗଞ୍ଜେଇ ଚାଲାଣ ରେ ସମ୍ପୃକ୍ତ ଥିବା ଯୁବକ ମାନଙ୍କୁ ପଚରାଉଚୁରା ବେଳେ ଉକ୍ତ ଗଞ୍ଜେଇ ଛେଣ୍ଡିପଦା ଅଞ୍ଚଳ ରୁ କେନ୍ଦୁଝର ଅଞ୍ଚଳ କୁ ଚୋରାଚାଳIଣ ହେଉଥିବା ପୋଲିସ ଜାଣିବାକୁ ପାଇଥିଲା I ପୋଲିସ ଘଟଣା ରେ ସମ୍ପୃକ୍ତ ୪ ଜଣ ଯୁବକ ମଧ୍ୟ ରୁ ତିନିଜଣ ଛେଣ୍ଡିପଦା କଂଝୁରି ପାଳ ଗ୍ରାମର ଦୀପକ ସାହୁ ପିତା ବାରୁ ସାହୁ , ସଲିଲ ସାହୁ ପିତା ଶୁଭ ସାହୁ , ବୁବୁନ କୁମାର ବେହେରା,ପିତା ବିପିନି ବେହେରା ଏବଂଅନ୍ୟ ଜଣେ ଛେଣ୍ଡିପଦା ର କାଳିଆ ବେହେରା ପିତା କୁମାର ବେହେରା ଙ୍କୁ ଗିରଫ କରି ଥିବା ଜଣା ପଡ଼ିଛି।

Leave a Reply

Your email address will not be published. Required fields are marked *