Spread the love

ଗତକାଲି ବନ୍ଧୁକ ଦେଖାଇ ଛିନ୍ତାଇ କଲେ। ଆଜି ଧରା ପଡ଼ିଲେ। କଟକରେ ଛିନ୍ତାଇର ଆତଙ୍କ ସୃଷ୍ଟି କରିଥିବା ଦୁଇ ପେଶାଦାର ଲୁଟେରାଙ୍କ ସହ ୩ ଜଣଙ୍କୁ ଗିରଫ କରିଛି କଟକ କମିସନରେଟ ପୋଲିସର ମାଲଗୋଦାମ ଥାନା ପୋଲିସ। ଗିରଫ ୩ ଅଭିଯୁକ୍ତ ହେଲେ ମୁଖ୍ୟ ଅଭିଯୁକ୍ତ ରାଜା ଓରଫ ବିଶ୍ଵନାଥ ନାୟକ,ଦିପୁ ଓରଫ ହୃଦାନନ୍ଦ ସିଂ ଓ ଉମେଶ ଚନ୍ଦ୍ର ସାହୁ। ସେମାନଙ୍କ ନିକଟରୁ ଲୁଟ ହୋଇଥିବା ଦୁଇଟି ସୁନା ଚେନ, ବନ୍ଧୁକ, ଗୁଳି, ଫୋନ୍ ଓ ବାଇକ୍ ଜବତ କରାଯାଇଛି। ରାଜା ଓ ଦିପୁ ଗତକାଲି କଟକ ଛତ୍ର ବଜାର ଓ ବଜ୍ରକବାଟି ଅଞ୍ଚଳରେ ମହିଳାଙ୍କ ବେକରୁ ସୁନା ଚେନ ଛିନ୍ତାଇ କରି ଫେରାର ହୋଇଯାଇଥିଲେ। ହେଲେ ଛତ୍ର ବଜାରରେ ବନ୍ଧୁକ ଦେଖାଇ ଚେନ ଛିନ୍ତାଇ କରିବା ସମୟରେ ଦିପୁକୁ ସ୍ଥାନୀୟ ଲୋକେ ଧରି ନିର୍ଦ୍ଧୁମ ଛେଚି ପୋଲିସ ଜିମା ଦେଇଥିଲେ। ଏ ନେଇ ମାଲଗୋଦାମ ଥାନାରେ ଏତଲା ପରେ ମାଲଗୋଦାମ ଥାନା ପୋଲିସ ଓ ସ୍ପେଶାଲ ସ୍କୁଆଡ ଟିମ୍ ତଦନ୍ତ କରି ରାଜା ସହ ଲୁଟ ସୁନା ଅଳଙ୍କାର ନେଉଥିବା କୁଜଙ୍ଗ ଅଞ୍ଚଳର ଉମେଶ ଚନ୍ଦ୍ର ସାହୁଙ୍କୁ ଗିରଫ କରିଥିଲେ। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ ରାଜା ଗତମାସ ଜେଲରୁ ଫେରିଥିବା। ତା ନାଁରେ ବିଭିନ୍ନ ଥାନାରେ ୨୩ ଟି ଅପରାଧିକ ମାମଲା ରହିଥିବା ବେଳେ ଦିପୁ ନାଁରେ ୪ ଟି ଓ ଉମେଶ ନାଁରେ ୨ ଟି ମାମଲା ରହିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ଋଷିକେଶ ଖିଲାରୀ ଦ୍ୟାନଦେଓ।

Leave a Reply

Your email address will not be published. Required fields are marked *