Spread the love

ବିଶିଷ୍ଟ ଲେଖିକା, ସାମ୍ବାଦିକା ତଥା ବୃତ୍ତଚିତ୍ର ନିର୍ମାତା ଗୀତା ମେହଟ୍ଟାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି ଘଟିଛି। ସେ ଟ୍ୱିଟ କରି କହିଛନ୍ତି, ଗୀତା ମେହେଟ୍ଟା ବହୁମୁଖୀ ପ୍ରତିଭାର ଅଧିକାରିଣୀ ଥିଲେ। ଲେଖନୀ ଚାଳନା ଓ ବୃତ୍ତଚିତ୍ର ନିର୍ମାଣରେ ଗୀତାଙ୍କର ଅଧିକ ରୁଚି ଥିଲା।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୀତା ମେହଟ୍ଟାଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଟ୍ୱିଟ କରି କହିଛନ୍ତି, ସାହିତ୍ୟ ଓ ସାଂସ୍କୃତିକ କ୍ଷେତ୍ରରେ ଏହା ଏକ ବିରାଟ କ୍ଷତି।

ସେହିପରି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ୱିଟ କରିଛନ୍ତି ଯେ ଗୀତା ମେହେଟ୍ଟା ଜୀଙ୍କ ଦେହାନ୍ତରେ ମୁଁ ଅତ୍ୟନ୍ତ ଦୁଃଖିତ। ଆମେ ଜଣେ ପ୍ରତିଷ୍ଠିତ ଲେଖିକା ଏବଂ ଚଳଚ୍ଚିତ୍ର ନିର୍ମାତାଙ୍କୁ ହରାଇଛୁ।

Leave a Reply

Your email address will not be published. Required fields are marked *