Spread the love

ଗୁରୁ ଭଗବାନ ସାହୁଙ୍କ ଉପରେ ଆଲୋଚନାଚକ୍ର କବିତା ପାଠ


ବରଗଡ଼:୧୪/୫(ପବିତ୍ର ମେହେର)ଐତିହାସିକ ଗ୍ରାମ କୁଟାସିଂହାରେ ଶବ୍ଦ ନୃତ୍ୟର ଆଦି ଗୁରୁ ଭଜମନ ଦାସ କଳା ପରିଷଦ ଆନୁକୂଲ୍ୟରେ ପଶ୍ଚିମ ଓଡ଼ିଶା ଭାଷା କଳା ସଂସ୍କୃତିର ପ୍ରଚାରକ ଗୁରୁ ଭଗବାନ ସାହୁଙ୍କ ଉପରେ ଆଲୋଚନାଚକ୍ର ଏବଂ କବିତା ଆସର ଅନୁଷ୍ଠିତ ହୋଇଯାଇଛି lସୁରେଶ ଚନ୍ଦ୍ର ଦାସଙ୍କ ଆବାହକତ୍ବରେ ଅତିଥିଙ୍କ ଦ୍ୱାରା ଦ୍ବୀପ ପ୍ରଜ୍ଜ୍ୱଳନ ପରେ ଅଧିକାରୀ ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ, ସରପଞ୍ଚ ଡିଗ୍ରୀ ମେହେରଙ୍କ ସଭାପତିତ୍ବରେ ଅନିରୁଦ୍ଧ ପାତ୍ରଙ୍କ ସଂଯୋଜନାରେ ମୂଖ୍ୟ ଅତିଥି ଆସୁ କବି ବିପ୍ର ଚରଣ ସାହୁ,ମୂଖ୍ୟ ବକ୍ତା ସାହିତ୍ୟିକ ଉମାକାନ୍ତ ହୋତା, ସ୍ଵତନ୍ତ୍ର ଅତିଥି ଡ଼ ସୁବାସ ଚନ୍ଦ୍ର ପାତ୍ର, ବରେଣ୍ୟ ଅତିଥି ବରିଷ୍ଠ ସାମ୍ବାଦିକ ସନ୍ତୋଷ ବିଶି, ଆଗଲପୁର ବ୍ଲକ ବିଜେପି ମଣ୍ଡଳ ସଭାପତି ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ କୁଟା ସିଂହା ପଞ୍ଚାୟତ ସମିତି ନୋମିନି ଶ୍ରୀଯୁକ୍ତ ନିରଞ୍ଜନ ଦେହେରି ପ୍ରମୁଖ ଯୋଗଦାନ କରି ଗୁରୁ ଭଗବାନ ସାହୁଙ୍କୁ ବାଦ ଦେଇ ପଶ୍ଚିମ ଓଡ଼ିଶା ଭାଷା କଳା ସଂସ୍କୃତି ଉପରେ ଆଲୋଚନା ଅସମ୍ପୂର୍ଣ୍ଣ ବୋଲି ମତପ୍ରକାଶ କରି ଶବ୍ଦ ନୃତ୍ୟର ପ୍ରଚାର ଏବଂ ପ୍ରସାର ଉପରେ ଗୁରୁତ୍ୱାରୋପ କରିବା ସହ ଶବ୍ଦ ନୃତ୍ୟର ଆଦି ଗୁରୁ ଭଜମନ ଦାସଙ୍କ ସ୍ମୃତି ସ୍ତମ୍ଭ ଖୁବ ଶୀଘ୍ର ସ୍ଥାପନା ପାଇଁ ପଦକ୍ଷେପ ନେବାକୁ ମତାମତ ପ୍ରକାଶ କରିଥିଲେ, ଆନନ୍ଦ ପଶାୟତ ଧନ୍ୟବାଦ ଅର୍ପଣ କରିଥିଲେ, କାର୍ଯ୍ୟକ୍ରମ ପରିଚାଳନାରେ ପବିତ୍ର ମୋହନ ବେହେରା, ସରୋଜ କୁମାର ଦାସ, ପ୍ରଦୀପ ପାତ୍ର, ଗଣେଶ ପାଣ୍ଡେ, ମୂରଲୀଧର ସେଠୀ, ବିନାୟକ ବେହେରା, ଅଚ୍ୟୁତ ପଧାନ, କାର୍ତ୍ତିକ ପଧାନ, ରାଧେଶ୍ୟାମ ମେହେର,ସନମତ ସାହୁ, କୁନୁ ପାତ୍ର,ଜନ୍ମଜୟ ସାହୁ, ସୁଶିଲ କୁମାର ପଧାନ, କ୍ଷୀରୋଦ୍ର ପାତ୍ର,ତପନ ବେହେରା, ଦଶରଥ ପଧାନ, ରବିନ୍ଦ୍ର ପାତ୍ର,ଯୁଗୀନ୍ଦ୍ର ବେହେରା ପ୍ରମୁଖ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *