Spread the love

*ଗୋପାଳପୁର ଆଶ୍ରମ ଵିଦ୍ୟାଳୟରେ ପିତୃମାତୃ ସହଭାଗିତା (ପାପ୍) କାର୍ଯ୍ୟକ୍ରମ*

ବରଗଡ:୨୮/୩(ପବିତ୍ର ମେହେର ) ବରଗଡ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଗୋପାଳପୁର ସ୍ଥିତ ଆଶ୍ରମ ବିଦ୍ୟାଳୟରେ ପିତୃମାତୃ ସହଭାଗିତା (ପାପ୍ ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମ ହନୁମନ୍ତ ରେଡ୍ଡୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ସି ଆର ସି ସି ଲୋକନାଥ ମେହେର ଓ ସମ୍ମାନିତ ଅତିଥି ଭାବରେ ଶିକ୍ଷକ କୈଳାଶ ଦାଶ,ସାମ୍ବାଦିକ ଅଭିମନ୍ୟୁ ପଧାନ ଯୋଗ ଦେଇଥିଲେ। ଅନ୍ତିମ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ଜନତା ହାଇସ୍କୁଲ ଭୁକ୍ତାର ବିଜ୍ଞାନ ଶିକ୍ଷକ ତଥା ପରିବେଶବିତ୍ ସଞ୍ଜୟ ଖମାରୀ, ସମ୍ମାନିତ ଅତିଥି ଭାବରେ ଶିକ୍ଷକ ଯୋଗେଶ୍ୱର ପଧାନ ଯୋଗ ଦେଇଥିଲେ।ଅତିଥବୃନ୍ଦ ଛାତ୍ରଛାତ୍ରୀମାନଙ୍କର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ପିତାମାତାଙ୍କର ଭୂମିକା ସମ୍ବନ୍ଧରେ ଆଲୋକପାତ କରିଥିଲେ। ଏହି ଅବସରରେ ବିଦ୍ୟାଳୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ଉଚ୍ଛବ ଭୁଏ, ରାଜୀବ ଲୋଚନ ସାହୁ,ଦିଲ୍ଲୀପ ପଧାନ,ଅଷ୍ଟମନ୍ୟୁ ବାରିକ,ଶିକ୍ଷୟିତ୍ରୀ ମମତା ସାହୁ,ଦୀପ୍ତି ତ୍ରିପାଠୀ,ପଞ୍ଚମୀ ନାଏକ, ସାବିତ୍ରୀ ସା, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଅନନ୍ତ ସାହୁ,ସଦସ୍ୟ ଅନ୍ତର୍ଯ୍ୟାମୀ ପଧାନ, ଅଶୋକ ସାହୁ, ଇଶ୍ଵର ଭୁଏ,ପଞ୍ଚୁଲାଲ ନାଏକ, କ୍ଷୀରୋଦ୍ର ନାଏକ,କ୍ଷେତ୍ରମୋହନ ସାହୁ,ସଦସ୍ୟା ସରସ୍ଵତୀ ନାଏକ,ପଦ୍ମିନୀ ବାଗ,ସୁଦେଷ୍ଣା ନାଏକ ସକ୍ରିୟ ଅଂଶଗ୍ରହଣ କରିଥିଲେ।ଶିକ୍ଷକ ଉଚ୍ଛବ ଭୁଏ ସଭାକାର୍ଯ୍ୟ ପରିଚାଳନା କରିଥିବାବେଳେ ଶିକ୍ଷକ ଅଷ୍ଟମନ୍ୟୁ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *