Spread the love

ଗୋଲାମୁଣ୍ଡା ବ୍ଲକ ଡ଼ମ୍ବ ସମାଜ ବିକାଶ ପରିଷଦର ସାଙ୍ଗଠନିକ ସଭା ଅନୁଷ୍ଠିତ

ଗୋଲାମୁଣ୍ଡା /23/7/23/କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତରଗତ ଫୁଣ୍ଡା ଗ୍ରାମରେ ଗୋଲାମୁଣ୍ଡା ବ୍ଲକ ଡ଼ମ୍ବ ସମାଜ ବିକାଶ ପରିଷଦର ଏକ ସାଙ୍ଗଠନିକ ସଭା ଅନୁଷ୍ଠିତ ହୋଇ ଯାଇଥିଲା, ଏହି ସଭାରେ ଗୋଲାମୁଣ୍ଡା ବ୍ଲକ ଡ଼ମ୍ବ ସମାଜ ବିକାଶ ପରିଷଦର ସଭାପତି ଶ୍ରୀ ଯୁକ୍ତ ରାମକୁମାର ସେନାପତି ଙ୍କ ନେତୃତ୍ୱରେ ସଭା ଆହଜନ ହୋଇ ଥିଲା, ସଭା ପୂର୍ଵରୁ ବାବାସାହେବ ଆମ୍ବେଦକର ଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ୱଳନ କରାଯାଇ ଆଗାମୀ ଦିନରେ ଗୋଲାମୁଣ୍ଡା ବ୍ଲକର ଦଶପୁର ଜୋନ, କେଗାଁ ଜୋନ ଓ ଗୋଲାମୁଣ୍ଡା ଜୋନ ର ପ୍ରତି ଗ୍ରାମ ଓ ପଂଚାୟତ ସ୍ତରରୁ ସାଙ୍ଗ ଠନିକ ମଜବୂତ କରିବା ନାରୀଶକ୍ତିକୁ ସ୍ଵ ଶକ୍ତି କରିବା, ସମାଜରେ ଶିକ୍ଷାର ଉର୍ନ୍ନତି, ନିରୀହ ଗରୀବ ଛାତ୍ରଛାତ୍ରୀ ଙ୍କ ପାଠ ପଢ଼ାରେ ସହଯୋଗ ଦେବା, ବୃଦ୍ଧ ଵୃଦ୍ଧା ବିକଳାଙ୍ଗ ମାନଙ୍କୁ ସରକାରୀ ସହାୟତା ମିଳୁଛି କି ନାହିଁ ସେଦିଗରେ ତର୍ଜମା ନେବା ସଠିକ ସମୟରେ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଠିକ ଭାବେ ପରିଚଳିତ ହେଉଛି କି ନାହିଁ ତାହାର ଦୃଷ୍ଟି ଗୋଚର କରିବା ଇତ୍ୟାଦି ବିଷୟରେପୁଙ୍ଖାନୁ ପୁଙ୍ଖ ଭାବରେ ଆଲୋଚନା କରି ମତାମତ ପ୍ରଦାନ ଦେଇ ଥିଲେ, ଏହି ମତ ଦାନରେ ସର୍ବ ପ୍ରଥମେ ସୁବାଷ ବାଗ,ଦସପୁରଜୋନ ସଭାପତି ଭୁବନେ ନିଆଲ, ସମ୍ପାଦକ ଭାଗ୍ୟବାନ bag, ମକରନ୍ଦ ଦୀପ, ଗୁଲାର ତାଣ୍ଡି, ପୃଥ୍ୱୀରାଜ ତାଣ୍ଡି, ମହେନ୍ଦ୍ର ଦୁର୍ଗା, ଜନ୍ମେଜୟ ନାଏକ, ହରିଶଙ୍କର ନିଆଲ, ପ୍ରମୁଖ ମତାମତ ପ୍ରଦାନ କରି ଥିବା ବେଳେ ଚମ୍ପା ହରପାଳ,ଅହଲ୍ୟା ବେଶ୍ରା,କୃପା ହରିଜନ, ସିଓ ବତୀ ତାଣ୍ଡି,ପ୍ରମୁଖ ତଥା ବହୁ ସଂଖ୍ୟାକ ଭାବେ ମହିଳା ମଣ୍ଡଳଏବଂ ପୁରୁଷ ମାନେ ଯୋଗ ଦେଇ ସଭାକୁ ସାଫଲ୍ୟତା ଅର୍ଜନ କରି ଥିବା ବେଳେ ଆଜିକାର ସଭା ଉଦିଆନିଆଳଙ୍କ ଦ୍ୱାରା ସୁନ୍ଦର ଭାବରେ ପରିଚାଳନାହୋଇ ଥିଲା,,
ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି କପୁରଚନ ସେଠିଆ ଙ୍କ ରିପୋଟ ଜାଗ୍ରତ ଭାରତ ନିୟୁଜ

Leave a Reply

Your email address will not be published. Required fields are marked *

You missed